ଦିଲ୍ଲୀରେ ଉତ୍କଟ ଜଳ ସମସ୍ୟା

Spread the love

ଦିଲ୍ଲୀରେ ଜଳସମସ୍ୟା ଉତ୍କଟ ହେଲାଣି। ପାଣି ଅଭାବକୁ ଟାଳିବାକୁ କସରତ କରୁଛନ୍ତି ଆପ୍ ସରକାର। ମାନବିକତା ଦୃଷ୍ଟିରୁ ଯମୁନାକୁ ତୁରନ୍ତ ପାଣି ଛାଡ଼ିବାକୁ ହରିଆଣା ସରକାରକୁ ଅପିଲ୍ କରିଛନ୍ତି ଦିଲ୍ଲୀର ଜଳମନ୍ତ୍ରୀ ଅତିଶୀ। ଦୈନିକ ୭୦ ମିଲିୟନ ଗ୍ୟାଲନ୍ ପାଣିର ଅଭାବ ସହ ଯୁଝୁଛି ଦିଲ୍ଲୀ। ଏମିତିରେ ସ୍ୱାଭାବିକ ଭାବେ ଦୈନିକ ୧୦୦୨ ଏମଜିଡି ପାଣି ଆବଶ୍ୟକ। ଜୁନ୍ ୬ରୁ ଜୁନ୍ ୧୩ ଭିତରେ ପାଣି ଉତ୍ପାଦନ ୧୦୦୨ ଏମଜିଡିରୁ ଖସି ୯୩୯ ଏମଜିଡିରେ ପହଞ୍ଚିଥିଲା। ହିମାଚଳପ୍ରଦେଶ ସରକାର ବଳକା ପାଣି ଦେବାକୁ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଅତିଶୀ।

 ସେପଟେ ଦିଲ୍ଲୀ ଜଳ ସଙ୍କଟରେ କଂଗ୍ରେସ ମଟକା ଫୋଡ଼ ପ୍ରତିବାଦ କରିଛି। ମୁଣ୍ଡରେ ମାଠିଆ ଓ ହାତରେ କଂଗ୍ରେସ ପତାକା ଧରି ଦିଲ୍ଲୀ ସରକାର ଓ କେଜ୍ରିଓ୍ୱାଲଙ୍କ ବିରୁଦ୍ଧରେ ନାରା ଦେଇ ମାଠିଆ ଭାଙ୍ଗିଥିଲେ। ଦିଲ୍ଲୀରେ ଜଳବିବାଦର ସମାଧାନ ଲାଗି ତୁରନ୍ତ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରସ୍ତାବ ଦେଇଛି କଂଗ୍ରେସ। ପାଣି ସଙ୍କଟକୁ ସରକାର ସମାଧାନ କରିପାରୁନଥିବାରୁ ଲୋକେ ପାଣି ଟ୍ୟାଙ୍କର ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି।

Leave a Reply

Your email address will not be published. Required fields are marked *