ମା ବିରଜାଙ୍କ ଦର୍ଶନ କଲେ ରବୀନ୍ଦ୍ର ନାରାୟଣ ବେହେରା

Spread the love

ମା ବିରଜାଙ୍କ ଦର୍ଶନ କରିଛନ୍ତି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା । ଯାଜପୁର ସାଂସଦ ଭାବେ ରବୀନ୍ଦ୍ର ନାରାୟଣ ବେହେରା ବିଜୟୀ ହେବା ପରେ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ଦର୍ଶନ କରିଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ସେ ପ୍ରଥମ ଥର ବିଜୟୀ ହେବା ପରେ ସେ ଆଜି ଠାରୁ ନିଜ କାମ ଆରମ୍ଭ କରିଛନ୍ତି। ସେ ଜଣେ ସାଧାରଣ କର୍ମୀ ଭାବେ ଯାଜପୁର ବାସୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ଜିଲ୍ଲାବାସୀ ଙ୍କ ପାଇଁ ସେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ବହୁ କର୍ମୀ ଓ ସମର୍ଥକ ମାନେ ଉପସ୍ଥିତ ରହି ରବୀନ୍ଦ୍ର ଶୁଭେଛା ଜଣାଇଥିଲେ।

Leave a Reply

Your email address will not be published. Required fields are marked *