ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କା

ରେଲୱେ ପାଇଁ ୨ ଲକ୍ଷ ୬୨ ହଜାର କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି । ସେ ମଧ୍ୟରୁ ଓଡିଶା ପାଇଁ ମିଳିଛି ୧୦ ହଜାର ୫୮୬ କୋଟି ଟଙ୍କା । ୟୁପିଏ ତୁଳନାରେ ଏହା ୧୨ ଗୁଣା ଅଧିକ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଓଡ଼ିଶାରେ ୪୦ ଟି ରେଳ ପ୍ରକଳ୍ପର କାମ ଜାରି ରହିଛି । ଶତ ପ୍ରତିଶତ ବିଦ୍ୟୁତକରଣ କାମ ଶେଷ ହୋଇଛି । ଆଗାମୀ ସମୟରେ ରେଳ ପ୍ରକଳ୍ପ ପାଇଁ ପ୍ରାୟ ୫୪ ହଜାର ୪୩୪ କୋଟି ଟଙ୍କା ନିବେଶ କରାଯିବ ବୋଲି କହିଛନ୍ତି । ତେବେ ୧୦ ବର୍ଷରେ ଓଡ଼ିଶାରେ ୪୨୭ଟି ଫ୍ଲାଏ ଓଭର ବା ଅଣ୍ଡର ପାସ  ନିର୍ମାଣ ହୋଇଛି। ରାଜ୍ୟର ୫୯ଟି ଷ୍ଟେସନ କୁ ଅମୃତ ଭାରତ ଷ୍ଟେସନ କରାଯାଉଛି ।

ରେଳମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ୫୯ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରାଯାଇଛି। ଏଗୁଡ଼ିକ ହେଲା ବିମଳାଗଡ଼, ରାଇରଂଗପୁର, ପାନପୋଷ, ବାଲେଶ୍ବର, ବେତନଟୀ, ସମ୍ବଲପୁରସିଟି, ଝାରସୁଗୁଡ଼ାରୋଡ, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ତାଲିଚେର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ଼, ଭଦ୍ରକ, ବେଲପାହାଡ଼, ବ୍ରଜରାଜନଗର, ଅନୁଗୁଳ, ବାଦାମପହାଡ଼, ବରପାଲି, ବେଲପାହାଡ଼, ବ୍ରହ୍ମପୁର, ଛତ୍ରପୁର, ହରିଶଙ୍କରରୋଡ, ଯାଜପୁର-କେନ୍ଦୁଝର ରୋଡ, ଝାରସୁଗୁଡ଼ା, କଣ୍ଟାବାଞ୍ଜି, କେସିଙ୍ଗା, ଲିଙଗରାଜରୋଜ, ପାନପୋଷ, ସାକ୍ଷୀଗୋନାଳ, ସମ୍ବଲପୁର, ଟିଟିଲାଗଡ଼, ତାଳଚେର, ଢେଙ୍କାନାଳ, ରେଢ଼ା‌ଖୋଲ ପ୍ରମୁଖ। ରାଜ୍ୟରେ ୨୦୧୪ ପରଠାରୁ  ୪୨୭ଟି ଫ୍ଲାଏଓଭର ଓ ଅଣ୍ଡରପାସ୍‌ ନିର୍ମାଣ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *