ଦେଶରେ ୧୨ଟି ନୂଆ ଶିଳ୍ପଭିତ୍ତିକ ସହର ଲାଗି ମୋଦିଙ୍କ କ୍ୟାବିନେଟ୍ ଘୋଷଣା କରିଛି। ଏଥିରୁ ଆନ୍ଧ୍ରରେ ଦୁଇଟି ଓ ବିହାରରେ ଗୋଟିଏ ପ୍ରତିଷ୍ଠା ହେବ। ୟୁପିର ଗ୍ରେଟର ନୋଏଡ଼ା ଭଳି ପ୍ରକଳ୍ପ ଗୁଡ଼ିକ ହେବ। ୧୨ଟି ପ୍ରକଳ୍ପ ଲାଗି ୨୮ହଜାର୬୦୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଶିଳ୍ପ ସହର ପ୍ରତ୍ୟକ୍ଷ ଭାବେ ୧୦ ଲକ୍ଷ ନିଯୁକ୍ତି ଓ ପରୋକ୍ଷ ଭାବେ ୩୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ। ଉତ୍ତରାଖଣ୍ଡର ଖୁରପିଆ, ପଞ୍ଜାବର ରାଜପୁରା-ପଟିଆଲା, ମହାରାଷ୍ଟ୍ରର ଦିଘି, କେରଳର ପାଲକଡ଼, ୟୁପିର ଆଗ୍ରା ଓ ପ୍ରୟାଗରାଜ, ବିହାରର ଗୟା, ତେଲେଙ୍ଗାନାର ଜାହିରବାଦ୍, ଆନ୍ଧ୍ରର ଓରଭାକଲ ଓ କୋପାର୍ତ୍ତି ଏବଂ ରାଜସ୍ଥାନର ଜୋଧପୁର-ପାଲିରେ ଏହି ଶିଳ୍ପ ସହର ପ୍ରତିଷ୍ଠା ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now