୨୦୨୩ର ପ୍ରଥମ ମନ କି ବାତ

Spread the love

ନୂଆଦିଲ୍ଲୀ: ୨୦୨୩ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କି, ଚଳିତ  ଥରର ଗଣତନ୍ତ୍ର ଦିବସ ସମାରୋହର ବହୁ ଦିଗକୁ ପ୍ରଶଂସା କରିଛନ୍ତି। ୨୬ ଜାନୁଆରୀର ପରେଡ କାଳରେ କର୍ତ୍ତବ୍ୟ ପଥର ନିର୍ମାଣ କରିଥିବା ଶ୍ରମିକଙ୍‌କୁ ଦେଖି ଭାରି ଖୁସି ଲାଗିଲା। ଏହି ପରେଡରେ ପ୍ରଥମ ଥର ଭାଗ ନେଇଥିବା ମହିଳା ଓଟ ସବାର ଓ ସିଆରପିଏଫର ମହିଳା ଦଳର ମଧ୍ୟ ପ୍ରଶଂସା କରିଛନ୍ତି।

ଏଥିସହ ପଦ୍ମପୁରସ୍କାର ପାଉଥିବା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ଜନତାଙ୍କୁ ଜାଣିବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ଜନଜାତି ସମୁଦାୟ ସହ ଜଡିତ ଜିନିଷର ସଂରକ୍ଷଣ ଓ ଏହା ଉପରେ ଗବେଷଣାର ଚେଷ୍ଟା ହୋଇଥାଏ। ଏମିତି ହିଁ ଟୋଟୋ, ହୋ, କୁଇ, କୁଭି, ମାଣ୍ଡା ପରି ଜନଜାତିଙ୍କ ଭାଷା ଉପରେ କାମ କରୁଥିବା ବହୁ ମହାନୁଭବଙ୍କୁ ପଦ୍ମ ପୁରସ୍କାର ମିଳିଛି। ଏହା ଆମ ପାଇଁ ସମସ୍ତଙ୍କ ପାଇଁ ଗର୍ବର କଥା କହିଛନ୍ତି ପ୍ରଧାନନ୍ତ୍ରୀ। ଏହା ବ୍ୟତୀତ ସାରା ବିଶ୍ବରେ ସବୁଠାରୁ ବଡ ଲୋକତନ୍ତ୍ର ଆମର ରହିଛି ଓ ଆମ ଦେଶ ଗଣତନ୍ତ୍ରର ଜନନୀ ଭାବେ ଆମେ ଗର୍ବିତ। ଲୋକତନ୍ତ୍ର ଆଗ ଶିରା ପ୍ରଶାରାରେ ରହିଛି।

ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି କି,  ଡ ଆମ୍ବେଦକର ବୌଦ୍ଧ ଭିକ୍ଷୁ ସଂଘର ତୁଳନା ଭାରତୀୟ ସଂସଦ ସହ କରିଥିଲେ। ସେ ଏମିତି ସଂସ୍ଥା ସମ୍ପର୍କରେ କହିଥିଲେ, ଯେଉଁଠି ପ୍ରସ୍ତାବ, ସଂକଳ୍ପ, କୋରମ ଓ ଭୋଟ ଗଣତିକୁ ନେଇ ବହୁ ନିୟମ ଥିଲା। ବାବା ସାହବଙ୍କ ବିଶ୍ବାସ ଥିଲା କି, ଭଗବାନ ବୁଦ୍ଧକୁ ଏହି ପ୍ରେରଣା ସେତେବେଳେର ରାଜନୈତିକ ବ୍ୟବସ୍ଥାରୁ ମିଳିଥିଲା।

ଅନ୍ତରାଷ୍ଟ୍ରୀୟସ୍ତରରେ ଭାରତର ଗୁରୁତ୍ବ ସମ୍ପର୍କରେ କହିବାକୁ ଯାଇ ମୋଦି କହିଥିଲେ କି, ଭାରତର ପ୍ରସ୍ତାବ ପରେ ୟୁଏନ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଓ ଅନ୍ତରାଷ୍ଟ୍ରୀୟ ବାଜରା ବର୍ଷ ଘୋଷଣା କରିଛି। ଯୋଗ ସ୍ବାସ୍ଥ୍ୟ ସହ ଜଡିତ ଥିବା ବେଳେ ବାଜରା ବି ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ଉଭୟ ଅଭିଯାନ ଜନତାଙ୍କ ଭାଗିଦାରିତା କାରଣରୁ ଏକ କ୍ରାନ୍ତିର ରାସ୍ତା ବାହାର କରିଛି।

Leave a Reply

Your email address will not be published. Required fields are marked *