ମାନ ସରକାରର କ୍ୟାବିନେଟ ବିସ୍ତାର

Spread the love

ସୋମବାର ଦିନ ପଞ୍ଜାବର ନାମ ସରକାର ନିଜ କ୍ୟାବିନେଟର ବିସ୍ତାର କରିଛନ୍ତି। ୫ ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ରାଜ୍ୟପାଳ ବନବାରୀଲାଲ ପୁରୋହିତ ସିଏମ ଭଗବନ୍ତ ମାନଙ୍କ ଉପସ୍ଥିତିରେ ରାଜଭବନର ଗୁରୁ ନାନକ ଦେବ ସଭାଗୃହରେ ଶପଥପାଠ କରିଛନ୍ତି।  ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି କୌଜା ସିଂହ ସରାରୀ, ଇନ୍ଦ୍ରବୀର ସିଂହ ନଜ୍ଜର, ଅମନ ଅରୋଡା, ଚେତନ ସିଂହ ଜୌରାମାଜରା ଓ ଅନମୋଲ ଗଗନ ମାନ। 

ଚଳିତ ବର୍ଷ ପ୍ରାରମ୍ଭରେ ବିଧାନସଭା ନିର୍ବାଚନରେ ଆପ ବହୁମତ ହାସଲ କରିବା ପରେ ଭଗବନ୍ତ ମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୂର୍ବରୁ ୧୦ ଜଣ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ବେଳେ ସୋମବାର ୫ ଜଣଙ୍କୁ ସାମିଲ କରାଯାଇଛି। ପରବର୍ତ୍ତୀ ମୁହୂର୍ତ୍ତରେ  ବିଭାଗ ବଣ୍ଟନ ହେବ। ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାନ କହିଛନ୍ତି,  ଆପର ସମସ୍ତ ୯୨ ବିଧାୟକଙ୍କୁ କ୍ୟାବିନେଟରେ ସ୍ଥାନ ଦେବା ସମ୍ଭବ ନୁହେଁ। ତେବେ ସେମାନଙ୍କୁ ଅନ୍ୟ ଦାୟିତ୍ବ ଦିଆଯିବ। ଏହି ୫ ଜଣଙ୍କୁ ମିଶାଇ ଏବେ ମାନ ସରକାରର ମନ୍ତ୍ରୀ ସଂଖ୍ୟା ୧୫ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *