ବିଧାନସଭାରେ ଫାଇଭ-ଟି ଝଡ଼। ଫାଇଭ-ଟି ସ୍କୁଲରେ ଅନିୟମିତତା ନେଇ ତଦନ୍ତ ଲାଗି ଦାବି କରିଛନ୍ତି ଶାସକ ଦଳର ବିଧାୟକ। ଫାଇଭ-ଟି ରୂପାନ୍ତରିକରଣ ନାଁରେ ମନଇଛା ଟେଣ୍ଡର ଦିଆଗଲା। ୧୦ଲକ୍ଷ ଟଙ୍କାଲ ଉପରକୁ ପ୍ରକଳ୍ପ ହେଲେ ଟେଣ୍ଡର ହେବା କଥା। କିନ୍ତୁ କୋଟିଏ ଟଙ୍କା ଯାଏ ବି ବିନା ଟେଣ୍ଡରରେ ଦଳୀୟ ଭିତ୍ତିରେ କାମ ଦିଆଯାଇଥିଲା। ଏବେ ଟ୍ରେଡମାର୍କ ସାଜିସାରିଛି ଫାଇଭ-ଟିରେ ଫାଟ। ଶାସକ ଦଳର ତିନି ବିଧାୟକଲ ଭାସ୍କର ମଢ଼େଇ, ସନାତନ ବିଜୁଳି ଓ ସନ୍ତୋଷ ଖଟୁଆ ପ୍ରଶ୍ନୋତ୍ତର କାଳରେ ଦୁର୍ନୀତିର ତଦନ୍ତ ଲାଗି ଦାବି ଉଠାଇଥିଲେ। କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସ ଓ ପବିତ୍ର ସାଉଁଟା କହିଥିଲେ, ଫାଇଭ-ଟି ସ୍କୁଲ ନବୀକରଣ ପରେ ଉପକରଣ ଖତ ଖାଉଛି। କେଉଁଠି ପରିଚାଳନା ହେଉନଥିବାରୁ ଭାଙ୍ଗିରୁଜି ଗଲାଣି। ଶିକ୍ଷକ ଅଭାବ ଦେଖାଦେଇଛି। ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ, ବିଜ୍ଞାନ ଲାବରୋଟୋରୀର ସଠିକ ଉପଯୋଗ ହୋଇନି।
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଦୁର୍ନୀତି ଅଭିଯୋଗ ଆସିଲେ ତଦନ୍ତ ହେବ। ଯେତେ ଅଭିଯୋଗ ଆସିଛି, ତାହାର ତଦନ୍ତ ହୋଇଛି। ଫାଇଭ-ଟି ରୂପାନ୍ତରୀକରଣ ଲାଗି ଖର୍ଚ୍ଚ ହୋଇଛି ୩ହଜାର କୋଟି।
ଫାଇଭ-ଟି ସ୍କୁଲ ନାଁରେ ସାଙ୍ଘାତିକ ଅନିୟମିତତାର ତଦନ୍ତ ଦାବି ନେଇ ପୁଣି ଗୃହରେ ଉଠିଛି ସ୍ୱର

Naxatra News is now on Whatsapp
Join and get latest news update delivered to you via whatsapp
Join Now