ବିହାର ମୁଖ୍ୟମନ୍ତ୍ରୀ ଭାବେ ସପଥ ନେବେ ନୀତୀଶ କୁମାର

Spread the love

ପାଟଣା: ଆଜିଠୁ ବିହାରରେ ଗଠନ ହେବ ନୂଆ ସରକାର। ଜେଡିୟୁ-ଆରଜେଡି ମେଣ୍ଟ ଭାବେ ନୂଆ ସରକାର ଗଠନ କରିବେ। ଏଥିସହ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ଅପରାହ୍ଣ ୨ଟାରେ ରାଜଧାନୀ ପାଟନାରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ। ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ। ଏଥିସହ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ମଧ୍ୟ ଶପଥ ଗ୍ରହଣ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନ ବୋହୂ ରାଜଶ୍ରୀ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବାସଭବନରେ ମହାଗଠବନ୍ଧନର ବୈଠକ ବସିଥିଲା। ଏଥିରେ ଆରଜେଡି, ଜେଡିୟୁର ସମେତ ୭ଟି ଦଳର ବରିଷ୍ଠ ନେତା ଓ ବିଧାୟକମାନେ ଯୋଗ ଦେଇଥିଲେ। ମହାଗଠବନ୍ଧନରେ ନୀତୀଶଙ୍କ ପ୍ରତି ୭ଟି ଦଳର ସମର୍ଥନ ରହିଛି। ଏହାସହ ମୋଟ ୧୬୪ ଜଣ ବିଧାୟକ ନୀତୀଶଙ୍କୁ ସମର୍ଥନ ରହିଛି। ବିଜେପି -ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ଗତକାଲି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହା ପରେ ଜେଡିୟୁ ସହ ମିଶି ନୂଆ ସରକାର ଗଢିବାକୁ ଯାଉଛନ୍ତି ନୀତୀଶ କୁମାର ।

Leave a Reply

Your email address will not be published. Required fields are marked *