ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ରହିଛି ଭୋଟ୍

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ରହିଛି ଭୋଟ୍। ଡୋନାଲ୍ଡ ଟ୍ରମ୍ଫ ଓ କମଳା ହାରିସଙ୍କ ଭିତରେ କିଏ ହ୍ୱାଇଟ୍ ହାଉସ ଦଖଲ କରିବ। କମଳା ଓ ଟ୍ରମ୍ପଙ୍କ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବୁଧବାର ସକାଳ ଯାଏ ଭୋଟିଂ ଚାଲିବ। ଅବଶ୍ୟ ରେଜଲ୍ଟ ବିଳମ୍ୱରେ ଆସିବ।

ଏକଜିଟ୍ ପୋଲର ପୂର୍ବାନୁମାନ ସତ ହେବ ନା ଓଲଟା। ମ୍ୟାଜିକ୍ ନମ୍ୱର ୨୭୦। ୫୩୮ ଇଲେକ୍ଟେରାଲ ଭୋଟ୍ ଭିତରୁ ୨୭୦ ଇଲେକ୍ଟୋରାଲ ଭୋଟ୍ କିଏ ପାଇବ। କମଳା ହାରିସ୍ ନା ଡେନାଲ୍ଡ ଟ୍ରମ୍ପ। ଆମେରିକାର ୫୦ ରାଜ୍ୟରୁ ଅଧିକାଂଶ ରାଜ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍ ଦେଇଆସୁଛନ୍ତି। କେବଳ ସ୍ୱିଙ୍ଗ୍ ରାଜ୍ୟରେ ମତଦାତାଙ୍କ ମୁଡ୍ ସବୁ କିଛି ବଦଳାଇଦେଇଥାଏ। ୭ଟି ରାଜ୍ୟରୁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ ପେଲସେଲଭିନିଆକୁ କୁହାଯାଏ। କାରଣ ଏହି ରାଜ୍ୟରେ ସର୍ବାଧିକ ୧୯ ଇଲେକ୍ଟୋରାଲ କଲେଜ୍ ଭୋଟ୍ ରହିଛି। ଏଥର ରାଷ୍ଟ୍ରପତି ନିର୍ବାଚନ ଅନିଶ୍ଚିତତା ଓ ଧ୍ରୁବୀକରଣ ଭିତରେ ହେଉଛି। କମଳା ହାରିସ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଇତିହାସ ରଚିବେ। ଅପ୍ରତ୍ୟାଶିତ ଭାବେ କମଳା ଏଥର ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ। ଆଉ ଟ୍ରମ୍ପ୍ ଜିତିଲେ ପୁଣି ଥରେ ହ୍ୱାଇଟହାଉସକୁ ଫେରିବେ। ନିର୍ବାଚନ ପୂର୍ବରୁ କ୍ୟାମ୍ପେନ୍ ଅବସରରେ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣା ଚାରିଆଡ଼େ ହଇଚଇ ସୃଷ୍ଟି କରିଥିଲା। ଅଳ୍ପକେ ବର୍ତ୍ତିଯାଇଥିଲେ ଟ୍ରମ୍ପ। ଭୋଟିଂ ପାଇଁ ଭୋଟରଙ୍କ ଭିତରେ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଛି। ଏମିତିରେ ସାଢ଼େ ୭କୋଟିରୁ ଉର୍ଦ୍ଧ୍ୱ ମତଦାତା ପୂର୍ବରୁ ଭୋଟ ଦେଇସାରିଛନ୍ତି। ଅନ୍ତରୀକ୍ଷରେ ଥିବା ସୁନୀତା ଓ୍ୱିଲିୟମ୍ସ କେମିତି ଭୋଟ୍ ଦେଇପାରିବେ, ତାକୁ ନେଇ ନାସା ବିଶେଷ ବ୍ୟବସ୍ଥା କରିଛି। ଭୋଟିଂ ପ୍ରକ୍ରିୟାରେ ଭୋଟ ଦେବା ପରେ ଅନ୍ତରୀକ୍ଷରୁ ନାସାର ଜୋହାନ୍ସ ସ୍ପେଶ୍ ସେଣ୍ଟର ପହଞ୍ଚିବ। କମଳା ହାରିସ ରାଷ୍ଟ୍ରପତି ନିର୍ବାଚନ ଲଢ଼ୁଥିବାରୁ ତାଙ୍କ ପୈତୃକ ଗାଁ ତାମିଲନାଡ଼ୁର ଥୁଲସେନନ୍ଦ୍ରପୁରମରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ସେପଟେ ନିର୍ବାଚନ ଦିନ ବିଦେଶୀ ଶକ୍ତିର ହସ୍ତକ୍ଷେପ ପଡ଼ିପାରେ ବୋଲି ଆମେରିକାର ୩ ଗୁଇନ୍ଦା ଏଜେନ୍ସି ସତର୍କ କରିଥିଲା। ଋଷ୍‌ ପକ୍ଷରୁ ବଡ଼ ବିପଦର ଆଶଙ୍କା କରିଛି ଆମେରିକା ଗୁଇନ୍ଦା ଏଜନ୍ସି। ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ବିଦେଶୀ ହସ୍ତକ୍ଷେବ ବଡ଼ ମୁଦ୍ଦା ଭାବେ ଉଭା ହୋଇଛି। ଅଭିଯୋଗ ରହିଛି ଯେ, ଋଷ ଓ ଇରାନ୍ ନିର୍ବାଚନୀ ପ୍ରକ୍ରିୟାରେ ଭ୍ରମିତ ସୂଚନା ଦେଇ ନିର୍ବାଚନ ଦିନ ଭୋଟରଙ୍କ ଭିତରେ ଭୟସଞ୍ଚାର କରିପାରନ୍ତି। ମଙ୍ଗଳବାର ଅପରାହ୍ନ ସୁଦ୍ଧା ଟ୍ରମ୍ପ ଓ ହାରିସ ଉଭୟ ୩ଟି ଲେଖାଏଁ ଇଲେକ୍ଟୋରାଲ ଭୋଟ ପାଇଥିଲେ। ସବୁଠୁ ଅଧିକ ଭୋଟିଂ ଜର୍ଜିଆରେ ହୋଇଛି। ଏହା ପରେ ନର୍ଥ କରୋଲିନା ଆସୁଛି। ଜିତିବାକୁ ମୋଟ୍ ୫୩୮ ଇଲେକ୍ଟୋରାଲ ଭୋଟରୁ ୨୭୦ ଜରୁରୀ। ନିର୍ବାଚନ ରେଜଲ୍ଟ ଆସିବାକୁ ବିଳମ୍ୱ ଲାଗେ। ୨୦୨୦ରେ ଶନିବାର ସୁଦ୍ଧା ଚୂଡ଼ାନ୍ତ ରେଜଲ୍ଟ ଆସିସାରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *