ସଂସଦ ଭବନ ରେ ବ୍ୟାଗ୍ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏକ ନିଆରା ବ୍ୟାଗ ଉପହାର ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଯେଉଁ ବ୍ୟାଗରେ ଲେଖାଯାଇଛି ‘୧୯୮୪ ‘। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଦେହରକ୍ଷୀଙ୍କ ଗୁଳିରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ନିହତ ହେବା ପରେ ଶିଖ୍ ବିରୋଧୀ ଦଙ୍ଗା ଦେଖାଦେଇଥିଲା। ଏଥିରେ ସାରା ଦେଶରେ ପ୍ରାୟ ଏହ ହଜାର ଶିଖ୍ ପ୍ରାଣ ହରାଇଥିଲେ । ଏହି ବ୍ୟାଗ୍ ସେହି ଘଟଣାକୁ ମନେପକାଇ ଦେଇଛି। ପ୍ରସାଶିକା ରୁ ରାଜନେତା ପାଲଟିଥିବା ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତାଙ୍କ ପ୍ରତିପକ୍ଷଙ୍କୁ ଏଭଳି ଜବାବ କୁ ନେଇ ଏବେ ରାଜଧାନୀ ଦିଲ୍ଲୀରେ ଭାରି ଚର୍ଚ୍ଚା ।ଯାହାକୁ ନେଇ ବ୍ୟାଗର ଜବାବ, ବ୍ୟାଗରେ ଦେଲେ ବୋଲି ଆଲୋଚନା ହେଉଛି।
ବିଗତ ଦିନରେ ସଂସଦ କୁ ପାଲେଷ୍ଟାଇନ ଲେଖାଥିବା ଓ ବାଂଲାଦେଶ ଲେଖାଥିବା ବ୍ୟାଗ୍ ଆଣି ଚର୍ଚ୍ଚାରେ ଥିଲେ ପ୍ରିୟଙ୍କା। ଅନ୍ୟପଟେ ସମ୍ୱିଧାନ ପ୍ରଣେତା ବାବାସାହେବ ଆମ୍ୱେଦକରଙ୍କୁ ନେଇ ସଂସଦରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ସହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତଙ୍କୁ ଧକ୍କା ମାରି ଆହତ କରିବା ଅଭିଯୋଗ ପରେ ଏମିତି ଢଙ୍ଗରେ ଜବାବ ଦେଇଛନ୍ତି ଅପରାଜିତା । ଉଭୟ ବିଜେପି ଓ କଂଗ୍ରେସ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଜୋର୍ ଧରିଥିବା ବେଳେ ଅପରାଜିତା ବ୍ୟାଗ ଉପହାର ଦେଇ ସମଗ୍ର ଭାରତୀୟ ରାଜନୀତିରେ ଚର୍ଚ୍ଚାକୁ ଆସିଛନ୍ତି । ଏଠାରେ ସୂଚନା ଯୋଗ୍ୟ,ଗତ ସପ୍ତାହରେ ପାଲେଷ୍ଟାଇନ୍ ଲେଖାଥିବା ବ୍ୟାଗ ଧରି ପ୍ରିୟଙ୍କା ସଂସଦକୁ ଆସିଥିଲେ । ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା । ଏହି ବିତର୍କ ଥମିନଥିବା ବେଳେ ପ୍ରିୟଙ୍କା ପୁଣି ଏକ ବାଂଲାଦେଶ ଲେଖାଥିବା ବ୍ୟାଗ ଧରି ସଂସଦକୁ ଆସିଥିଲେ । ଏହି ବ୍ୟାଗରେ ଲେଖାଥିଲା ବାଂଲାଦେଶର ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସହ ଛିଡାହୁଅ । ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସେ ଏହି ବ୍ୟାଗ ଧରି ସଂସଦକୁ ଆସିଥିଲେ । ବାଂଲାଦେଶର ସଂଖ୍ୟାଲଘୁମାନଙ୍କ ସୁରକ୍ଷା ଲାଗି ସରକାର କୂଟନୈତିକ ସ୍ତରରେ ଆଲୋଚନା କରିବାକୁ ସେ ଦାବି କରିଥିଲେ । ୧୯୭୧ରେ ବାଂଲାଦେଶର ମୁକ୍ତି ଯୁଦ୍ଧରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବାର କହିଥିଲେ ପ୍ରିୟଙ୍କା । ତେବେ ତାଙ୍କୁ କଡା ଜବାବ ଦେଇଥିଲେ ପୁରୀର ବିଜେପି ସାଂସଦ ସମ୍ୱିତ ପାତ୍ର । କହିଥିଲେ, ଗାନ୍ଧି ପରିବାର ସବୁବେଳେ ତୁଷ୍ଟିକରଣ ବ୍ୟାଗ ଧରି ବୁଲେ । ଏହି ତୁଷ୍ଟିକରଣ ବ୍ୟାଗ ପାଇଁ କଂଗ୍ରେସ ପରାଜୟର ସାମନା କରୁଛି । ପ୍ରିୟଙ୍କାଙ୍କ ବ୍ୟାଗ ରାଜନୀତିକୁ ବ୍ୟାଗରେ କାଉଣ୍ଟର କରିଛନ୍ତି ଅପରାଜିତା । ମନେ ପକାଇ ଦେଇଛନ୍ତି ଶିଖ୍ ବିରୋଧୀ ଦଙ୍ଗାର କଥା, ରକ୍ତପାତର କଥା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now