ବିଧାନସଭାରେ ଉଠିଲା ଦାଦନ ପ୍ରସଙ୍ଗ

ବିଧାନସଭାରେ ଉଠିଲା ଦାଦନ ପ୍ରସଙ୍ଗ । ବିଗତ ଦିନରେ ଦାଦନଙ୍କ ସ୍ଥିତି ଓ ଆଗାମୀ ସମୟରେ ତାର ସମାଧାନ ପାଇଁ ସରକାର କ’ଣ କରୁଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ବିଭାଗର ତଥ୍ୟ ଅନୁଯାୟୀ, ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବିଗତ ୩ ବର୍ଷ ମଧ୍ୟରେ ୨୩୩ ଜଣ ପ୍ରାଣ ହରାଇଛନ୍ତି । ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୪୩ ଜଣ ପ୍ରାଣ ହରାଇଥିବା ବେଳେ ବଲାଙ୍ଗୀରରୁ ୨୬ ଜଣ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ୨୩୩ ଜଣ ଙ୍କ ମଧ୍ୟରୁ ୧୯୯ ଜଣଙ୍କ ମୃତ ଦେହ ଓଡିଶା କୁ ଫେରିପାରିଛି । ସେହିପରି ବିଗତ ୧୦ ବର୍ଷ ମଧ୍ୟରେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ୪୦୩ ଜଣ ପ୍ରାଣ ହରାଇଛନ୍ତି । ସର୍ବଧିକ ଗଞ୍ଜାମ ଜିଲ୍ଲାରୁ ୫୯ ଜଣ ପ୍ରାଣ ହରାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୩୯ ଜଣ ଓ ବଲାଙ୍ଗୀର ଜିଲ୍ଲା ରୁ ୩୫ ଜଣ ପ୍ରାଣ ହରାଇଛନ୍ତି । ଓଡିଶାରେ ଲାଗି ରହିଥ‌ିବା ଦାଦନ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ଉପମୁଖ୍ୟମନ୍ତ୍ରୀ କେ ଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ଓ ତାର ସଚିବମାନଙ୍କୁ ନେଇ ଅକ୍ଟୋବର ମାସରେ ଏକ ଟାସ୍କଫୋର୍ସ ଗଠନ କରିଥିବା ଗୃହକୁ ଲିଖିତ ଉତ୍ତରରେ ଜଣାଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *