ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ତାରିକୁନ୍ଦ ପଂଚାୟତ ପଡିଆ ଠାରେ ଆଜି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ କୁ ବିଜେପି କର୍ମୀଙ୍କ ବିରୋଧ । ସଭା ସ୍ଥଳରେ ଉତ୍ତେଜନା । କାର୍ଯ୍ୟକ୍ରମ ରେ ବିଜେପି କର୍ମୀ ଙ୍କୁ ଅଣଦେଖା ପ୍ରତିବାଦ ରେ ଗଣ୍ଡଗୋଳ । ପୋଲିସ ଉପସ୍ଥିତ ରେ ଉଡିଲା ଚେୟାର। ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଗଣ୍ଡଗୋଳ ।ବିଜେପି obc ମୋର୍ଚ୍ଚା ର ସଭାପତି ଶୁବୋଧ କୁମାର ବାରିକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ସେପଟେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକ୍ରମରେ ଉଠି ପଳାଇଲେ ମହିଳା, ଚେୟାର ଖାଲି lଏହି ଘଟଣାକୁ ନିନ୍ଦା କଲେ ଖୋଦ ଶାସକ ଦଳ ନେତା ଏପରି ଘଟଣା ଦେଖିବାକୁ ମିଳିଛି ଛେଣ୍ଡିପଦା ବ୍ଳକ ବାଗଡିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାର ଉଦଘାଟନି କାର୍ଯ୍ୟକ୍ରମରେ । ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ସିଧା ପ୍ରସାରଣ ସହିତ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରାଯାଇଛି । ବାଗଡିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଉଦଘାଟନ ପୂର୍ବରୁ ମହିଳା ମାନେ ଉଠି ପଳାଇଥିଲେ l ଛେଣ୍ଡିପଦା ବିଡିଓ ଅରବିନ୍ଦ ବେହେରାଙ୍କ ତତ୍ତ୍ଵାବଧାନରେ ଆୟୁଷ୍ମାନ ଯୋଜନର ସିଧାପ୍ରସାରଣ କାର୍ଯ୍ୟକ୍ରମ ଗଡ଼ମଣ୍ଡଳ, ବାଲିପଟା, ଜରପଡା ଓ ବଗଡିଆରେ କରାଯଇଥିବା ବେଳେ ବାଗଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟନର ସିଧା ପ୍ରସାରଣର ଉଦଘାଟନ ପୂର୍ବରୁ ଜନ ସାଧାରଣଙ୍କ ପାଇଁ ପଡ଼ିଥିବା ଚେୟାର ଖାଲି ପଡ଼ିଥିଲା l ଅତିଥି ମାନଙ୍କ ଭାଷଣର ସିଧାପ୍ରସାରଣ ଚାଲିଥିବା ବେଳେ ମହିଳା ମାନେ ଉଠି ପଳାଇ ଯାଇଥିଲେ lଏହି କାର୍ଯ୍ୟକ୍ରମରେ ବାଗଡିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ବିଭିନ୍ନ ଗ୍ରାମରୁ ଯୋଗ ଦେଇଥିବା ମହିଳା ଓ ଜନସାଧାରଣ ଆରମ୍ଭ ପୂର୍ବରୁ ଉଠି ପଳାଇଥିଲେ l ଯା ଫଳରେ ଚେୟାର ଖାଲି ପଡିଵା ଦେଖିବାକୁ ମିଳିଥିଲା l ଏହି ଘଟଣାକୁ ଶାସକ ଦଳର ନେତା ତଥା ଅନୁଗୋଳ ଜିଲ୍ଲାର ଏକ ମାତ୍ର ବିଜେପି ଜିଲ୍ଲାପରିଷଦ ଯଶୋବନ୍ତ ପ୍ରସାଦ ବେହେରା ଏହି ଘଟଣାକୁ ନିନ୍ଦା କରିଛନ୍ତି l ଛେଣ୍ଡିପଦା ବ୍ଳକ ପ୍ରଶାସନର ଏପରି ଅଵ୍ୟବସ୍ଥାକୁ ନେଇ ସାଧାରଣ ଚର୍ଚ୍ଚା ଯୋର ଧରିଛି l
ଅନ୍ୟପଟେ ଭୋଗରାଇ ବ୍ଳକ୍ ରେ ଆୟୁଷ୍ମାନ କାଡ ବଣ୍ଟନରେ ଅନିୟମିତତା ନେଇ ଭୋଗରାଇ ବିଡ଼ିଓ ଙ୍କୁ ଘେରାଓ । ସୁଚନା ଅନୁଯାୟୀ ଭୋଗରାଇର ବ୍ଳକ୍ ରେ ଆଜି ୯ ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୁଷ୍ମାନ କାଡ ବଣ୍ଟା ଯାଉଛି । କିନ୍ତୁ ବିଡ଼ିଓ ସରକାରୀ ଦଳର କର୍ମୀ ମାନଙ୍କ ହାତ ବାରିସି ସାଜି ଏ କାର୍ଯ୍ୟକ୍ରମକୁ ବିଜେପି ଦଳକୁ ଟେକି ଦେଇଛନ୍ତି। ଏହା ସରକାରୀ କାର୍ଯ୍ୟକ୍ରମ ହେଇକି ନାହିଁକି ଗୋଟେ ରାଜନୈତିକ ଦଳର କାର୍ଯକ୍ରମରେ ପରିଣତ ହେଇଛି। ଏବଂ ବିଡ଼ିଓ, ଜେଇ , ମିଶି ବିଜେପି ଦଳର କର୍ମୀଙ୍କ ଏକାଉଣ୍ଟ୍ କୁ ଟଣ୍ଟା ଦେଇଛନ୍ତି। ଏହକୁ ବିରୋଧ କରି ଭୋଗରାଇ ବିଧାୟକ ଗୈାତ୍ତମ ବୁଦ୍ଧ ଦାସ ବିଜେଡି ସମର୍ଥିତ ୪୧ ସରପଞ୍ଚ ୪୦ ସଦସ୍ୟ ବିଜେଡ଼ି ର ୫ ଜଣ ଜିଲ୍ଲା ପରିଷଦ ବିରୋଧ କରି ଭୋଗରାଇ ବିଡ଼ିଓ ଙ୍କୁ ଘେରାଉ କରି। କାହିଁକି ପାତର ଅନ୍ତର କରାଗଲା ତାର ଉତ୍ତର ମାଗିଥିଲେ । ବିଡ଼ିଓ ଙ୍କୁ ପରାରିବା ମାତ୍ରେ ତୃଟି ସ୍ବୀକାର କରିବା ସହିତ ନୁଆ କରି ବିଡ଼ିଓ ହେଇ ଆସିସି ଭୁଲ୍ ହେଇଗଲା ବୋଲି କହିଛନ୍ତି। ଆଗାମୀ ଦିନରେ ଜଦି ଏଭଳି କାର୍ଯ୍ୟ ହୁଏ ଭୋଗରାଇ ବ୍ଳକ୍ ରେ କୈାଣସି କାର୍ଯକ୍ରମ କରାଇ ଦେବେ ନାହିଁଁ ବୋଲି ବିଜେଡ଼ି ବିଧାୟକ ଗୈାତ୍ତମ ବୁଦ୍ଧ ଦାସ ଚେତାବନୀ ଦେଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now