ବିଧିବଦ୍ଧ ଭାବେ ଦାୟିତ୍ୱ ନେବା ଆଗରୁ ଆଗ ଶକ୍ତି ପ୍ରଦର୍ଶନ କଲେ ପିସିସି ସଭାପତି ଭକ୍ତ ଦାସ। ଭୁବନେଶ୍ୱରରୁ ଆରମ୍ଭ କରିଛନ୍ତି ସଂକଳ୍ପ ଯାତ୍ରା। ଏହି ସଂକଳ୍ପ ଯାତ୍ରା ଆଳରେ କଂଗ୍ରେସର କଳ, ବଳ ଓ କୌଶଳକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦର୍ଶାଇଛନ୍ତି ଭକ୍ତ। ପୁରୀକୁ ପଦଯାତ୍ରା କରି ମହାପ୍ରଭୂଙ୍କ ଦର୍ଶନ କଲା ପରେ ହିଁ ପିସିସି ସଭାପତି ଚୌକିରେ ବସିବେ ଭକ୍ତ। ରାଜ୍ୟ କଂଗ୍ରେସକୁ ରାଜ୍ୟରେ ଏକ ନମ୍ୱର ଦଳରେ ପ୍ରତିଷ୍ଠିତ କରିବା, ଜନତାର ଆସ୍ଥାଭାଜନ ହେବା ଓ ନିଜ ନିଜ ଭିତରେ ମତଭେଦ ଭୁଲି ଦଳକୁ ମଝଭୁତ୍ ଲାଗି ବ୍ରତୀ ହେବା ଆଦି ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି ସଂକଳ୍ପ ଯାତ୍ରା। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଭକ୍ତ ଦାସଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ୩ ଦିନ ଧରି ଚାଲିବାକୁ ଥିବା ଏହି ସଂକଳ୍ପ ଯାତ୍ରାରେ ଭକ୍ତଙ୍କ ସହ ହଜାର ହଜାର କର୍ମୀ ଓ ନେତା ସାମିଲ୍ ହୋଇଛନ୍ତି।
ଏହି ସଂକଳ୍ପ ପଦଯାତ୍ରା ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶିତ କରିବ। ୨୦ ତାରିଖ ଅପରାହ୍ନରେ ମହାପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବେ ନବନିଯୁକ୍ତ ପିସିସି ସଭାପତି। କଂଗ୍ରେସ ପୁଣି ସଂଗଠିତ ହେବ। ଜନତାର ଆସ୍ଥାଭାଜନ ହେବ ବୋଲି କହିଛନ୍ତି ନେତାଏ।
ତେବେ ସଂକଳ୍ପ ପଦଯାତ୍ରା ଅବସରରେ ଆହତ ହୋଇଛନ୍ତି ଭକ୍ତ ଦାସ। ମୁହଁ ମାଡ଼ି ଖସିଯିବାରୁ ତାଙ୍କ ହାତରେ ଆଘାତ ଲାଗିଛି। ତେବେ ଯାହା ହେଉନା କାହିଁକି। ଭକ୍ତଙ୍କ ଭଳି ଅନୁଭବୀ ନେତା ପାଇ କଂଗ୍ରେସ କର୍ମୀଙ୍କ ଭିତରେ ଯେମିତି ଆତ୍ମବିଶ୍ୱାସ ଫେରିଆସୁଥିବା ଭଳି ଦେଖାଯାଉଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now