କିଟ୍ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜୟ । କହିଲେ ମୁଁ ମୁଖ୍ୟ ଶାସନ ସଚିବ ଥିବା ସମୟରେ କିଟ୍ ଜମି ଜାଲିଆତି ନେଇ ଅଭିଯୋଗ ଆସିଥିଲା। ଇସ୍ଟେଟ ଅଫିସର ଙ୍କ କୋର୍ଟ ରେ ମାମଲା ହୋଇଥିଲା। ସରକାରୀ ଜମି, ଜଙ୍ଗଲ ଜମି ଜବରଦଖଲ, ବିନା ଆପ୍ରୁଭାଲ ରେ ନିର୍ମାଣ ଅଭିଯୋଗ ଆସିଥିଲା। ଅଭିଯୋଗ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ଓ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୦ ରୁ ୨୦୧୨-୧୩ ଭିତରେ ଆସିଥିଲା ଅଭିଯୋଗ।
ବିଜେଡ଼ି ଟିକେଟ ରେ ଅଚ୍ୟୁତ ସାମନ୍ତ ରାଜ୍ୟ ସଭା ଯାଇଥିଲେ। ଏଥିରେ ସନ୍ଦେହ ନାହିଁ ଯେ ବିଜେଡ଼ି ସରକାର ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିଲେ। ଏବେ ରାଜ୍ୟରେ ସରକାର ବଦଳିଛି। ବିଜେପି ସରକାର ଦେଖାଇବା ଦରକାର ଯେ ସେମାନେ ବିଜେଡ଼ି ଠାରୁ ଭିନ୍ନ।
କିଟ୍ ରେ ଦୁର୍ଭାଗ୍ୟ ଜନକ ଘଟଣା ଘଟିଛି। ଏହା ସାଧାରଣ ଘଟଣା ନୁହଁ। ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦିଆଯାଇଛି ନେପାଳ ଉପରେ। ସେମାନଙ୍କ ଦେଶର ବଜେଟ ଠୁ କିଟ୍ ବଜେଟ ଅଧିକ କହିବା ନୀନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ୍। ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ୍ ବିଦେଶୀ ଛାତ୍ର ଛାତ୍ରୀ ଭୟ କରିବେ ଓଡ଼ଶା ଆସି ପଢିବା ପାଇଁ।ଏବଂ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବିଶ୍ୱବିଦ୍ୟାଳୟ ଆଇନ ରେ ସଂଶୋଧନ କିମ୍ବା ନୂଆ ନିୟମ ଆସୁ। ରାଜ୍ୟପାଳ ଙ୍କ office ସିଧା ସଳଖ ଯେପରି ଛାତ୍ର ଛାତ୍ରୀ ଅଭିଯୋଗ କରିପାରିବେ।କାରଣ କିଟ୍ ଘଟଣା ପରେ ବିଦେଶୀ ଛାତ୍ର ଛାତ୍ରୀ ମାନେ ଏବେ ଭୟଭୀତ ଓଡିଶା ଆସି ପଢିବାକୁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now