ଆସନ୍ତାକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ

ଦୀର୍ଘ ବର୍ଷ ପରେ ଦିଲ୍ଲୀରେ ପୁଣି ଥରେ କ୍ଷମତାକୁ ଫେରିଛି ଭାରତୀୟ ଜନତା ପାର୍ଟି ବା ବିଜେପି। ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଗୁୁରୁବାର ଦିନ ଅର୍ଥାତ ଆସନ୍ତା କାଲି ୧୨ ଟାରେ ପ୍ରତୀକାତ୍ମକ ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ। ଦିଲ୍ଲୀର ନବନିର୍ବାଚିତ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ, ସେ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ତାଙ୍କ ବାସଭବନରେ ଭେଟି କ୍ଷମତା ପାଇଁ ଦାବି କରିବେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବର ସମୟ ପରିବର୍ତ୍ତନ କରାଯାଇଛି। ଫେବ୍ରୁଆରି ୨୦ ତାରିଖ ପୂର୍ବାହ୍ନ ୧୧ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଏହି ସୂଚନା ମିଳିଛି। ପୂର୍ବରୁ ଅପରାହ୍ନ ସାଢ଼େ ୪ଟାରେ ଶପଥ ଗ୍ରହଣ ହେବାର ଥିଲା।  

ସୂଚନାଅନୁଯାୟୀ ଫେବ୍ରୁଆରି ୮ ତାରିଖରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାର ଇତିମଧ୍ୟରେ ୧୧ ଦିନ ବିତିଯିବା ପରେ ମଧ୍ୟ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିନାହିଁ। ଏହାକୁ ନେଇ ଆପ୍ ପକ୍ଷରୁ ବିଜେପିକୁ ଟାର୍ଗେଟ୍ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *