୧୩ ବିଜେପି ନେତା ଛାଡିଲେ ହାତ

Spread the love

() ତାମିଲନାଡ଼ୁ ବିଜେପିର ୧୩ ନେତା ଦଳର ହାତ ଛାଡ଼ିଲେ। ଏଆଇଏଡିଏମକେରେ ମିଶିଲେ ବିଜେପି ଆଇଟି ଓ୍ୱିଙ୍ଗର ୧୩ ନେତା। ବିଜେପି ନେତାଙ୍କୁ ଏ.ଆଇ.ଏ.ଡି.ଏମକେଙ୍କ ନେତୃତ୍ୱାଧୀନ ଇ.ପଲାନୀସ୍ୱାମୀ ସରକାର କିଣିନେଉଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ ଆଣିବା ପରେ ଏହି ଅଧ୍ୟାୟ ଆରମ୍ଭ ହୋଇଛି। ଚେନ୍ନାଇ ଓ୍ୱେଷ୍ଟ ବିଜେପି ଆଇଟି ଓ୍ୱିଙ୍ଗ୍ ଜିଲ୍ଲା ସଭାପତି ଅନବାରାସନ ଅଭିଯୋଗ କରିଛନ୍ତି କି, ବିଜେପି ଲାଗି ଦୀର୍ଘ ବର୍ଷ ହେଲା ସେ କାମ କରିଆସିଛନ୍ତି। କୌଣସି ପଦପଦବୀ ପ୍ରତି ସେ କେବେ ବି ଲାଳାୟିତ ନଥିଲେ। କିନ୍ତୁ କିଛି ଦିନ ହେଲା ଦଳରେ ଅନାବଶ୍ୟକୀୟ ସ୍ଥିତି ଉପୁଜିଛି। ସେଥିଲାଗି ସେମାନେ ଦଳରୁ ଇସ୍ତଫା ଦେଇଛନ୍ତି।

Leave a Reply

Your email address will not be published. Required fields are marked *