କଳା ଡ୍ରେସ ସହ ଘଣ୍ଟ ବାଡେଇ ପ୍ରତିବାଦ,ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଚାଲିପାରିଲାନି ବିଧାନସଭା ପ୍ରଶ୍ନକାଳ । କଳା ଡ୍ରେସ ପିନ୍ଧିବା ସହ ମୁଣ୍ଡରେ କଳାପଟି ବାନ୍ଧି କଂଗ୍ରେସର ପ୍ରତିବାଦ । ଗୃହର ମଧ୍ୟ ଭାଗରେ ଘଣ୍ଟ ବାଡେଇବା ସହ ପେଁକାଳି ବଜାଇ ପ୍ରତିବାଦ । ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସର ନାରାବାଜି । 

ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ ବାଚସ୍ପତି । ସେପଟେ ବିଧାନସଭାରେ ବିରୋଧୀ ଦଳକୁ ଅଣଦେଖା ପ୍ରତିବାଦରେ ବିଜେଡିର ବିକ୍ଷୋଭ । ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା । “ବିରୋଧୀ କାର୍ଯ୍ୟକଳାପକୁ ବିଧାନସଭାରେ ଦିଆ ଫିଡ଼ରେ ଗଣମାଧ୍ୟମକୁ ଆସୁନାହିଁ । ଗତକାଲି ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ବିଜେଡି । 

ବିଧାନସଭାରେ ଦେଖିବାକୁ ମିଳିଛି ବିରୋଧୀଙ୍କ ନିଆରା ପ୍ରତିବାଦ । କାଲି ହୁଇସିଲ ପରେ ଆଜି ବିଧାନସଭାରେ ବାଜିଲା ଘଣ୍ଟ । କଂଗ୍ରେସ ବିଧାୟକମାନେ କଳାସାର୍ଟ ଆଉ କଳାବ୍ୟାଚ୍ ପିନ୍ଧିବା ସହିତ ଘଣ୍ଟ ବଜେଇ ପ୍ରତିବାଦ କରିଛନ୍ତି । ତେବେ ବିରୋଧୀ ସଦସ୍ୟଙ୍କ ପ୍ରତିବାଦକୁ ବିଧାନସଭା ଲାଇଭ୍ ଷ୍ଟ୍ରିମିଂରେ ନ ଦେଖାଇବା ଏବଂ ପକ୍ଷପାତିତା ଅଭିଯୋଗ ଆଣି ବିଜେଡି ପ୍ରତିବାଦ କରିଛି ।

ସେହିପରି କଂଗ୍ରେସ ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହରେ ହୋହାଲ୍ଲା କରିଛି । ଖାସ୍ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ଏହି ପ୍ରତିବାଦର ନେତୃତ୍ୱ ନେଇଛନ୍ତି । ତାରା ନିଜେ ଆଗରେ ରହି, ଘଣ୍ଟ ବଜେଇ ବିଧାନସଭାରେ ପ୍ରତିବାଦ କରିଛନ୍ତି । ଯାହାଫଳରେ ବାଚସ୍ପତି ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବି କରିଛନ୍ତି । ଫଳରେ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *