ପଦ୍ମ ଧରିଲେ ଚମ୍ପାଇ ସୋରେନ୍। ଜେଏମଏମରୁ ଇସ୍ତଫା ଦେବା ପରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି ଚମ୍ପାଇ। ରାଞ୍ଚିରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହେଲେ ଚମ୍ପାଇ। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ଜେଏମଏମରେ ଅପମାନିତ ହୋଇଥିଲେ। ଜେଲରୁ ଫେରିବା ମାତ୍ରେ ତାଙ୍କ ଗାଦି ଯେଭଳି ଢଙ୍ଗରେ ଛଡ଼ାଇନେଲେ ହେମନ୍ତ, ତାହା ତାଙ୍କୁ ବାଧିଥିଲା। ୬୭ ବର୍ଷୀୟ ଚମ୍ପାଇ ଝାଡ଼ଖଣ୍ଡରେ ରାଜନୈତିକ ସଂକଟ ବେଳେ ଫେବୃଆରୀ ୨ରୁ ଜୁଲାଇ ୩ ଯାଏ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ହେମନ୍ତ ଜାମିନରେ ଜେଲରୁ ମୁକୁଳିବା ପରେ ଜୁଲାଇ ୪ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବିଜେପିରେ ସାମିଲ୍ ପରେ ଚମ୍ପାଇ କହିଛନ୍ତି, ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ଶାସନର ପରିସମାପ୍ତି ହେବ। ଏଥର ବିଜେପି ପ୍ରଚଣ୍ଡ ବହୁମତରେ ଜିତିବ। ଝାଡ଼ଖଣ୍ଡ ଟାଇଗର ନାଁରେ ପରିଚିତ ଚମ୍ପାଇ ବିଜେପିରେ ସାମିଲ୍ ପରେ ବିଧାନସଭା ନିର୍ବାଚନରେ ବିଜେପିକୁ କେତେଦୂର ଫାଏଦା ଦେବ ସମୟ କହିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now