୨୪ ପାଇଁ କଂଗ୍ରେସର କାର୍ଯ୍ୟ ଖସଡା

Spread the love

ଅଗଷ୍ଟ ୨୮ରେ ସିଡବ୍ଲୁସି ବୈଠକ। ଏଥିରେ ରାଜ୍ୟସ୍ତରୀୟ କମିଟିକୁ ଲାଗିବ ମୋହର। ୨୪କୁ ଲକ୍ଷ୍ୟ ରଖି ସେପ୍ଟେମ୍ୱରରେ ନୂଆ କମିଟିକୁ ନେଇ ୯ରୁ ୯୦ ଆସନକୁ ଉଠିବା ଦଳର ହେବ ମୁଖ୍ୟ ଲକ୍ଷ୍ୟ। କଂଗ୍ରେସ ଏକାକୀ ନିଜ ଦମରେ ଓଡ଼ିଶାକୁ ଦୀର୍ଘ ବର୍ଷ ପରେ କ୍ଷମତାକୁ ଫେରିବ ବୋଲି କହିଛନ୍ତି ପିସିସି ସଭାପତି। ସଂଗଠନ ସରଞ୍ଚନା ସହ କିଭଳି ଆଭ୍ୟନ୍ତରୀଣ ବିବାଦକୁ ପଛକୁ ଠେଲି ସମସ୍ତେ ଆଗେଇଆସିବେ, ତାକୁ ଫୋକସ କରିବା ଦରକାର ବୋଲି ଅନେକ ତୁଙ୍ଗ ନେତା ମତପୋଷଣ କରିଛନ୍ତି।

ସବୁବେଳେ ବିବାଦ, କନ୍ଦଳ ଲାଗି ଯେତିକି ଚର୍ଚ୍ଚାରେ ରହୁଛି କଂଗ୍ରେସ। ସେତିକି ରହୁନି କ୍ଷମତାକୁ ଫେରିବା ଲାଗି ଆବଶ୍ୟକୀୟ ରଣନୀତି, ସମନ୍ୱୟ ଓ ସହଯୋଗକୁ ନେଇ। ସେଥିଲାଗି ତ ପ୍ରମୁଖ ଓ ପୁରୁଣା ଦଳ ହୋଇଥିଲେ ବି ଓଡ଼ିଶା ଜନମାନସର ଆସ୍ଥାଭାଜନ ହୋଇପାରୁନି୧୯ ପରେ ବିରୋଧୀ ଦଳର ମାନ୍ୟତା ଟିକକ ବି ହରାଇଦେଲା ବିଧାନସଭାରେ। ପଦ୍ମ କ୍ୟାମ୍ପ ଛଡ଼ାଇନେଲା। ଏତିକିବେଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନୂଆ ଟିମ୍ କୁ ନେଇ ସମସ୍ତଙ୍କ ନଜର। ୯ ରୁ ୯୦ ଟାର୍ଗେଟ କେବଳ ବାହାସ୍ପୋଟ ନା ହାସଲ କରିବାକୁ ସେମିତି କିଛି ହାତରେ ଅଛି ଜାଦୁକରୀ। ସଭାପତି କହିଲେଣି, କଂଗ୍ରେସ ସବୁବେଳେ ଲୋକଙ୍କ ଭିତରେ ଅଛି।

ଗାନ୍ଧୀ ପରିବାର ନାଁରେ ଥିବା ସ୍ୱତନ୍ତ୍ର ଭୋଟ ବ୍ୟାଙ୍କକୁ କିଭଳି ଏନକ୍ୟାସ୍ କରାଯିବ, ତା ଉପରେ ଗୁରୁତ୍ୱ ଦେବାକୁ ହେବ ବୋଲି କହିଛନ୍ତି ସଭାପତି। ଆଉ ତୁଙ୍ଗ ନେତା ସୁରଙ୍କ ମତରେ, ବିଶୃଙ୍ଖଳା ଲାଗି ବାଟବଣା ନ ହେଉ ଆଉ ଦଳ। ଗାନ୍ଧୀ ପରିବାରକୁ ଛାଡ଼ି ଆଉ କିଏ ବି ସଭାପତି ହେଲେ ସମର୍ଥନ କରିବୁ। ଶରତଙ୍କ କାନ୍ଧ ସହ କାନ୍ଧ ମିଳାଇ ଆଗକୁ ଚାଲିବାକୁ ହେବ। ନଚେତ୍ ଏକତା ଅଭାବରୁ ଜନମତର ଆସ୍ଥାଭାଜନ ହେବା ସମ୍ଭବ ହେବନି।

ଅଗଷ୍ଟ ୨୮ରେ ସିଡବ୍ଲୁସି ବୈଠକ। ଦଳର ନୀତି ନିର୍ଦ୍ଧାରଣର ସର୍ବୋଚ୍ଚ କମିଟି ଉପରେ ସମସ୍ତଙ୍କ ନଜର।  ଓଡ଼ିଶା କଂଗ୍ରେସର ବ୍ଲକ୍‌, ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟିକୁ ନୂଆ ରୂପ ଦିଆଯିବ। ନୂଆ ଟିମ୍‌କୁ ନେଇ ୨୪ ସ୍ୱପ୍ନକୁ ସାକାର କରିବାକୁ ପଡ଼ିବ ବୋଲି ପଣ ସିନା କରିଛନ୍ତି ସଭାପତି। କିନ୍ତୁ ସାଥୀ ସହଯୋଗ କଲେ ତ।

ସିମ୍ପୁଲ ନାୟକଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *