ରାହୁଲ ଭଗବାନ ରାମଚନ୍ଦ୍ର: ଖୁର୍ଶିଦ

Spread the love

ଲକ୍ଷ୍ନୌ: ମୁରାଦାବାଦରେ ପହଞ୍ଚି କଂଗ୍ରେସ ନେତା ସଲମାନ ଖୁର୍ଶିଦ ଦେଇଥିବା ବିବାଦୀୟ ବୟାନକୁ ନେଇ ତେଜିଛି ବିବାଦ। ଖୁର୍ଶିଦ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମ କହିବା ସହ କଂଗ୍ରେସ କର୍ମକର୍ତ୍ତାଙ୍କୁ ଭରତ କହିଛନ୍ତି। ଏହି ବୟାନ ପରେ ବିଜେପି ଏହାକୁ ହିନ୍ଦୁ ଆସ୍ଥାର ଅପମାନ କହିଛି।

ମଙ୍ଗଳବାର ମୁରାଦାବଦରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କୁ ରାମ ଚନ୍ଦ୍ର ଓ କଂଗ୍ରେସ ନେତାଙ୍କୁ ଭରତଙ୍କ ସହ ତୁଳନା କରିଛନ୍ତି।  ସେ କହିଛନ୍ତି, ଭଗବାନ ରାମଙ୍କ କଠଉ ବହୁ ଦୂର ପର୍ଯ୍ୟନ୍ତ ଯାତ୍ରା କରିବାର କ୍ଷମତା ରଖିଥିବା ବେଳେ ବେଳେବେଳେ ଖଠଉ ନେଇ ବି ଚାଲିବାକୁ ହୋଇଥାଏ। କାରଣ ସବୁ ସମୟରେ ଭଗବାନ ରାମ ପହଞ୍ଚି ପାରି ନ ଥାନ୍ତି। ଭରତ ତାଙ୍କ କଠଉ ନେଇ ଚାଲିଥିଲେ, ଯେମିତି ଆମେ ଉତ୍ତର ପ୍ରଦେଶରେ ଚାଲୁଛୁ। ଉତ୍ତର ପ୍ରଦେଶରେ କଠଉ ପହଞ୍ଚି ଯାଇଛି, ତା ପରେ ରାମଚନ୍ଦ୍ର ମଧ୍ୟ ପହଞ୍ଚିବେ ବୋଲି ଆମ ବିଶ୍ବାସ ରହିଛି।

ସେ ଆହୁରି କହିଛନ୍ତି କି, ରାହୁଲ ଗାନ୍ଧୀ ଜଣେ ଯୋଗୀଙ୍କ ପରି। ଯିଏ ଧ୍ୟାନ ସହ ତପସ୍ୟା କରୁଛନ୍ତି। ସେ ସୁପର ହ୍ୟୁମାନ। ଆମେ ଯେତେବେଳେ ଥଣ୍ଡାରେ ଥରହର ହୋଇ ଜ୍ୟାକେଟ ପିନ୍ଧୁଛୁ, ସେ ଖାଟି ଟି ସର୍ଟ ପିନ୍ଧି ଭାରତ ଯୋଡ ଯାତ୍ରା ଜାରି ରଖିଛନ୍ତି। ଏହାକୁ ସେ ତପସ୍ୟାର ଆଖ୍ୟା ଦେଇଛନ୍ତି।

ସେପଟେ ଖୁର୍ଶିଦଙ୍କ ଏହି ବୟାନକୁ ନେଇ ତେଜିଛି ରାଜନୀତି। ବିଜେପି କହିଛି ଏହା ହିନ୍ଦୁ ଆସ୍ଥାର ଅପମାନ। ବିଜେପି ନେତା ଶହଜାଦ ପୁନାୱାଲା ଟ୍ବିଟ କରି ଖୁର୍ଶିଦଙ୍‌କ ବୟାନ ହିନ୍ଦୁ ଆସ୍ଥା ପ୍ରତି ଅପମାନ କହିବା ସହ ଆହୁରି କହିଛନ୍ତି, ସେ ନିଜକୁ ଭରତଙ୍କ ସହ ତୁଳନା କରିବା ଅତି ହିଁ ଆଶ୍ଚର୍ଯ୍ୟର ବିଷୟ। ଯେଉଁମାନେ ରାମ ଜୀଙ୍କ ଆସ୍ଥାକୁ ଗ୍ରହଣ ନ କରି ରାମ ମନ୍ଦିର ନିର୍ମାଣକୁ ମନା କରିଥିଲେ ଏବେ ହିନ୍ଦୁ ଆସ୍ଥାର ଅପମାନ କରୁଛନ୍ତି। କଣ ଏହି ବୟାନ ସହ ରାହୁଲ ସହମତ ବୋଲି ପ୍ରଶ୍ନ କରିଛନ୍ତି ପୁନାୱାଲା।  

Leave a Reply

Your email address will not be published. Required fields are marked *