ବାଧ୍ୟକରାଗଲେ ପ୍ରତିକ୍ରିୟା ଦେବା ଜରୁରି ହୋଇଥାଏ: ରିଜିଜୁ

Spread the love

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ଓ ପଦୋନ୍ନତିକୁ ନେଇ କେନ୍ଦ୍ର ଓ ସୁପ୍ରିମକୋର୍ଟ ମଧ୍ୟରେ ବିବାଦ ଥମିବାର ନାମ ନେଉ ନାହିଁ । ସୁପ୍ରିମକୋର୍ଟଙ୍କ ଦ୍ବାରା ବିଚାରପତି  ପଦୋନ୍ନତିକୁ ନେଇ କେନ୍ଦ୍ର ସହ ବାର୍ତ୍ତାଳାପର କିଛି ଅଂଶ ସାର୍ବଜନୀନ କରିବାକୁ ନେଇ ଆଇନ ମନ୍ତ୍ରୀ କିରନ ରିଜିଜୁ ପୁଣି ଚିନ୍ତାବ୍ୟକ୍ତ କରିଛନ୍ତି।

କଲେଜିୟମ ସୁପାରିସ ଉପରେ କେନ୍ଦ୍ରର ଆପତ୍ତି କାହିଁକି ରହିଛି ବୋଲି ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ରିଜିଜୁ କହିଛନ୍ତି କି, ପାରଦର୍ଶିତାର ମୂଲ୍ୟାୟନ ଭିନ୍ନ ଭିନ୍ନ ରହିଛି। ଏମିତି କି, ମାମଲା ଅଛି, ଯାହାକୁ ରାଷ୍ଟ୍ରହିତ ପାଇଁ ଗୁପ୍ତ ରଖାଯିବା ଆବଶ୍ୟକ ଓ କିଛିକୁ ଲୁଚାଯିବା ଅନୁଚିତ ହୋଇଥାଏ।

ଏଥିସହ ସୁପ୍ରିମକୋର୍ଟ ଦ୍ବାରା ସାର୍ବଜନୀନ ହୋଇଥିବା ରିପୋର୍ଟ ସୁରକ୍ଷା ଏଜିନ୍ସିଗୁଡିକ ପାଇଁ ବିପଦ ସୃଷ୍ଟି କରିଛି। କାରଣ ବିଚାରପତି ନିଯୁକ୍ତି ଓ ପଦୋନ୍ନତି ପୂର୍ବରୁ କେନ୍ଦ୍ର ଗୁଇନ୍ଦା ସଂସ୍ଥାର ରିପୋର୍ଟ ଅନୁଶୀଳନ କରିଥାଏ। ରିପୋର୍ଟ ଲିକ ସେହି ସଂସ୍ଥାର କାର୍ଯ୍ୟ ଦକ୍ଷତାକୁ ପ୍ରଭାବିତ କରିବ।

ଆଇନମନ୍ତ୍ରୀ ଆହୁରି କହିଛନ୍ତି କି, ଯେବେ ବି ମୋତେ କହିବାକୁ ହେବ ଆଇନ ମନ୍ତ୍ରୀ ରୂପେ କହିବି। ଆମେ ଆମ ପ୍ରଧାନମନ୍ତ୍ରୀଙ୍କ ବିଚାରଧାରା ଓ ନିର୍ଦ୍ଦେଶ ମୁତାବକ କାମ କରିଥାଉ।  ତେବେ ସେସବୁକୁ ଏଠାରେ କୁହାଯାଇ ପାରିବ ନାହିଁ। ତେବେ ଆଗକୁ ସେ କହିଛନ୍ତି କି, ବିଚାରପତି ନିଯୁକ୍ତି ପ୍ରକ୍ରିୟା ଉପରେ ଚର୍ଚ୍ଚା କରିପାରିବେ ନାହିଁ, କାରଣ ଏହା ଏକ ସମ୍ବେଦନଶୀଳ ମୁଦ୍ଦା। ତେବେ ସରକାର ବହୁ ବିଚାର ବିମର୍ଶ ପରେ ନିର୍ଣ୍ଣୟ ନେଇଥାଏ ଓ ନୀତିର ପାଳନ କରିଥାଏ।

ତେବେ ଏହି ମାମଲାଗୁଡିକୁ ନାହିଁ ସରକାର ପକ୍ଷରୁ ନାହିଁ ନ୍ୟାୟପାଳିକା ପକ୍ଷରୁ ସାର୍ବଜନୀନ କରାଯିବା ଉଚିତ। ତେବେ ନ୍ୟାୟପାଳିକାର କ୍ଷମତା ହ୍ରାସ ସମ୍ପର୍କରେ ସେ କହିଛନ୍ତି କି, ଏପରି କରିବାକୁ କେବେ ଚେଷ୍ଟା କରି ନାହାନ୍ତି। ହେଲେ ଯେତେବେଳେ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଢେ ଆଠ ବର୍ଷ ଶାସନର ଗୋଟିଏ ଉଦାହରଣ ଦେବାକୁ କହି ଲୋକଙ୍କ ଭିତରେ ସରକାର ସମ୍ବନ୍ଧରେ ଭୁଲ ସନ୍ଦେଶ ଦେବାକୁ ଚେଷ୍ଟା କରାଗଲା ତା ଉପରେ ପ୍ରତିକ୍ରିୟା ଦେବାକୁ ବାଧ୍ୟ ହୋଇଥିଲି। ନ୍ୟାୟପାଳିକା ସମ୍ବନ୍ଧରେ ଯେଉଁ ବୟାନ ଦେଇଛି, ସେସବୁ କେବଳ ପ୍ରତିକ୍ରିୟା ଥିଲା। ଯେତେବେଳେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଖଣ୍ଡପୀଠ କହୁଛନ୍ତି, ସରକାର ଫାଇଲଗୁଡିକ ଉପରେ ବସି ରହିଛି, ସେତେବେଳେ ମୋତେ ତାର ଉତ୍ତର ରଖିବା ଜରୁରି ହୋଇଛି। ଆମେ ଫାଇଲ ଉପରେ ବସିନାହୁଁ, କେବଳ ଆବଶ୍ୟକତା ଅନୁଯାୟୀ ପ୍ରକ୍ରିୟାର ପାଳନ କରୁଛୁ। ତେଣୁ  କୋର୍ଟ ଏମିତି କିଛି ନ କରନ୍ତୁ, ଯାହା ଲୋକଙ୍କ ଭିତରୁ ଭ୍ରମ ସୃଷ୍ଟି କରିବ ବୋଲି କହିଛନ୍ତି ରିଜିଜୁ।

Leave a Reply

Your email address will not be published. Required fields are marked *