ସିନ୍ଦେଙ୍କୁ ଖଣ୍ଡା ଢାଲ ଚିହ୍ନ

Spread the love

ନୂଆଦିଲ୍ଲୀ: ଶିବସେନାର ସିନ୍ଦେ ଗୋଷ୍ଠୀକୁ ମିଳିଲା ନୂଆ ନିର୍ବାଚନ ଚିହ୍ନ। ଉଦ୍ଧବ ଠାକରେଙ୍କଠାରୁ ଅଲଗା ହେବା ପରେ ଏକନାଥ ସିନ୍ଦେ ଗୋଷ୍ଠୀ ବିଜେପି ସହ ମିଶି ସରକାର ଗଢିଛନ୍ତି। ନଭେମ୍ବର ୩ରେ ମୁମ୍ବାଇର ଅନ୍ଧେରୀ ଇଷ୍ଟରେ ଉପ ନିର୍ବାଚନ ହେବାକୁ ଯାଉଛି।

ସେପେଟ ଶିବସେନାର ନାମ ଓ ଚିହ୍ନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଟଣା ଓଟରା ପରେ ନିର୍ବାଚନ ଆୟୋଗ ସେମାନଙ୍କ ଚିହ୍ନ ଓ ନାମକୁ ଜବତ କରି ନେଇଛନ୍ତି। ତେଣୁ ନିର୍ବାଚନ ପାଇଁ ଉଭୟ ପକ୍ଷକୁ ୩ଟି ନାମ ଓ ଚିହ୍ନ ସୁପାରିଶ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ବାଚନ ଆୟୋଗ ପକ୍ଷରୁ ସିନ୍ଦେଙ୍କୁ ଢାଲ ତଲବାର ଚିହ୍ନ ଦିଆଯାଇଛି, କିନ୍ତୁ ଏହି ଚିହ୍ନ ତାଲିକାରେ ନାହିଁ। ଗତକାଲି ଉଦ୍ଧବଙ୍କ ଗୋଷ୍ଠୀକୁ ମିଳିଛି ମଶାଲ ଚିହ୍ନ।

Leave a Reply

Your email address will not be published. Required fields are marked *