ପଞ୍ଜାବ: ମନ୍ତ୍ରୀମଣ୍ଡଳରୁ ଫୌଜା ସିଂହ ସରାରିଙ୍କ ଇସ୍ତଫା

Spread the love

ଚଣ୍ଡିଗଡ: ପଞ୍ଜାବ ଆମ ଆଦମୀ ପାର୍ଟି (ଆପ) ନେତା ତଥା କ୍ୟାବିନେଟ ମନ୍ତ୍ରୀ  ଫୌଜା ସିଂହ ସରାରି ଶନିବାର ଦିନ ତାଙ୍କ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ମୁତାବକ, ଫୌଜା ସିଂହ ସରାରି ତାଙ୍କ ଇସ୍ତଫା ବ୍ୟକ୍ତିଗତ କାରଣରୁ ଦେଇଥିବା କହିଛନ୍ତି। ସରାରି କହିଛନ୍ତି, ସେ ପଦରୁ ଇସ୍ତଫା ଦେଇଥାଇ ପାରନ୍ତି, କିନ୍ତୁ ଦଳରେ ରହିବେ। ସେ ନିଜକୁ ଜଣେ ଦଳର ଜଣେ ବିଶ୍ବସ୍ଥ ସିପାହୀ ଭାବେ ଅବିହିତ କରିଛନ୍ତି।

ବିଶେଷ ସୂତ୍ରରୁ ପ୍ରକାଶ, ଫୌଜାଙ୍କ ଇସ୍ତଫା ପରେ ଆଜି ସଂଧ୍ୟା ସୁଦ୍ଧା ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନିରାଡମ୍ବର ହେବ। ତେବେ ଖୁବ ଶୀଘ୍ର ପଞ୍ଜାବ କ୍ୟାବିନେଟରେ ଏକ ବିରାଟ ଫେରବଦଳ ହେବାକୁ ଯାଉଛି। ନୂଆ ମୁହଁ ମନ୍ତ୍ରୀମଣ୍ଡଳରେ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *