ଓଡ଼ିଶା ଆସିବେ ଜେପି ନଡ୍ଡା

ଓଡିଶା ଆସିବେ ଜେପି ନଡ୍ଡା । ଗୁରୁବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ହେବେ ସାମିଲ। ଖବର ଅନୁଯାୟୀ, ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ପରେ ଆକ୍ସନମୋଡକୁ ଆସିଛି ରାଜ୍ୟ ସଂଗଠନ ।ରାଜ୍ୟରେ କିପରି ଦଳକୁ ଦୃଢ କରାଯିବ । ସେନେଇ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ ଗ୍ରହଣ କରାଯାଇଛି । ଏହିକ୍ରମରେ ଗୁରୁବାର ଦିନ ରାଜ୍ୟ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଯେଉଁଥିରେ ସାମିଲ ହେବା ଲାଗି ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସୁଛନ୍ତି । ଓଡିଶା ଆସିବା ପରେ ବିଜେପିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *