ପିନାରାୟିଙ୍କୁ ରାଜ୍ୟପାଳଙ୍କ ଖୋଲା ଚ୍ୟାଲେଞ୍ଜ

Spread the love

ନୂଆଦିଲ୍ଲୀ: କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ଭିଜୟନଙ୍କୁ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ଖୋଲା ଚ୍ୟାଲେଞ୍ଜ। ଭାଇସଚାନ୍ସେଲର ନିଯୁକ୍ତିରେ ତାଙ୍କ ଦ୍ବାରା ରାଜନୈତିକ କ୍ଷମତା ପ୍ରୟୋଗର କୌଣସି ଗୋଟିଏ ଉଦାହରଣ ଦିଆଗଲେ ସେ ନିଜ ପଦରୁ ଇସ୍ତଫା ଦେବେ ବୋଲି ଗୁରୁବାର କହିଛନ୍ତି ଆରିଫ।

କେରଳ ବିଶ୍ବବିଦ୍ୟାଳୟଗୁଡିକରେ କୁଳପତି ନିଯୁକ୍ତିକୁ ବିରୋଧ କରି ଆସୁଥିବା ଆରିଫ କହିଛନ୍ତି କି,  ସେ ବ୍ୟକ୍ତିଗତ ଲାଭ ପାଇଁ କିମ୍ବା ଆରଏସଏସ ଲୋକଙ୍କୁ ସିଷ୍ଟମ ରେ ଏଣ୍ଟ୍ରି କରିବାକୁ କରୁ ନାହିଁ। ଯଦି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗକୁ ସତ୍ୟ ପ୍ରମାଣିତ କରି ଦିଅନ୍ତି ତେବେ ମୁଁ ଇସ୍ତଫା ଦେବି ଓ ଯଦି ସେ ଏପରି କରି ନ ପାରନ୍ତି ତେବେ ସେ ଇସ୍ତଫା ଦେବା ଉଚିତ।

ମୁଖ୍ୟମନ୍ତ୍ରୀ କହୁଛନ୍ତି, ଆରଏସଏସକୁ ଆଣିବାକୁ ମୁଁ ଏପରି କରୁଛି।  ଯଦି ମୁଁ ଜଣେ ବି  ଆରଏସଏସ ବ୍ୟକ୍ତିଙ୍କୁ ମନୋନୀତ କରିଥାଏ  ମୋ କ୍ଷମତା ପ୍ରୟୋଗରେ ତେବେ ମୁଁ ମୋ ପଦରୁ ଇସ୍ତଫା ଦେବି। ହେଲେ ସେ ତାଙ୍କ ଦାବିକୁ  ପ୍ରମାଣ କରି ନ ପାରିଲେ କଣ ଇସ୍ତଫା ଦେବେ ବୋଲି ପଚାରିଛନ୍ତି କେରଳ ରାଜ୍ୟପାଳ।

ରାଜ୍ୟର ୯ ବିଶ୍ବବିଦ୍ୟାଳୟରେ କୁଳପତି ଚୟନରେ ନିୟମ ଉଲ୍ଲଙ୍ଘନ ହୋଇଥିବା ଗତ ୨୩ ତାରିଖରେ ଆରିଫ ଅଭିଯୋଗ କରିବା ସହ ସେମାନଙ୍କ ଇସ୍ତଫା ଦାବି କରିଥିଲେ। ଏଥିସହ ସେ କହିଥିଲେ କି, ସୁପ୍ରିମକୋର୍ଟ ପୂର୍ବରୁ କହିଥିଲେ କି, କୁଳପତି ଚୟନ ପାଇଁ ରାଜ୍ୟପାଳ ଦାୟୀ ରହିବେ, ରାଜ୍ୟ ସରକାର ନୁହଁନ୍ତି। ସୁପ୍ରିମକୋର୍ଟଙ୍କ ୨୧ ଅକ୍ଟୋବର ୨୦୨୨ର ରାୟକୁ ଉଦ୍ଧୃତ କରି ସେ ୯ ବିଶ୍ବବିଦ୍ୟାଳୟର କୁଳପତିଙ୍କ ଇସ୍ତଫା ଦାବି କରିଥିଲେ।

କେରଳର ଯେଉଁ ବିଶ୍ବାଦ୍ୟାଳୟ କୁଳପତିକୁ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମୁହାଁମୁହିଁ ହୋଇଛନ୍ତି ସେସବୁ ହେଲା, କେରଳ ବିଶ୍ବବିଦ୍ୟାଳୟ, ମହାତ୍ମାଗାନ୍ଧୀ ବିଶ୍ବବିଦ୍ୟାଳୟ, କୋଚିନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁନିଭର୍ସିଟି, କେରଳ ୟୁନିଭର୍ସିଟି ଅଫ ଫିସରିଜ ଆଣ୍ଡ ଓସେନ ଷ୍ଟଡିଜ, କନ୍ନୁର ୟୁନିଭର୍ସିଟି, ଏପିଜେ ଅବଦୁଲ କାଲାମ ଟେକ୍ନୋଲୋଜିକାଲ ୟୁନିଭର୍ସିଟି, ଶ୍ରୀ ଶଙ୍କରାଚାର୍ଜ୍ୟ ୟୁନିଭର୍ସିଟି ଅଫ ସାସ୍କ୍ରିଟ, ୟୁନିଭର୍ସିଟି ଅଫ କାଲିକଟ, ଥୁଞ୍ଚାଥ ଏଝୁଥାଚାନ ମାଲାୟଲମ ୟୁନିଭର୍ସିଟି।

Leave a Reply

Your email address will not be published. Required fields are marked *