‘ଏନଡିଏ’ରେ ଯୋଗ ଦେବ କି ‘ଏଲଜେପି’ ?

Spread the love

ବିହାର: “ଲୋକ ଜନଶକ୍ତି ପାର୍ଟି” ର ଅଧ୍ୟକ୍ଷ ଚିରାଗ ପାସ୍‌ୱାନ ଏନ୍‌ଡିଏରେ ଯୋଗ ଦେବା ନେଇ ଅନେକ ଚର୍ଚ୍ଚା ଭିତରେ ଆଜି ବିହାରର କେନ୍ଦ୍ରୀୟ ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ପାଟନାରେ ସାକ୍ଷାତ କରିଛନ୍ତି ଚିରାଗ । ତେଣୁ ଆଶଙ୍କା କରାଯାଉଛି କି ତାଙ୍କୁ କେନ୍ଦ୍ର କ୍ୟାବିନେଟରେ ଯୋଗ କରାଯାଇପାରେ । ତେବେ ଏହା ଉପରେ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ କି “ ଏହା ଆମର ପୁରୁଣା ଘର । ଯେବେ ଆମେ ପରସ୍ପରକୁ ଭେଟୁ ସବୁବେଳେ ଭଲ ଲାଗେ । ରାମ ବିଳାସ ପାସୱାନ ଓ ବିଜେପି ଲୋକଙ୍କ କଲ୍ୟାଣ ପାଇଁ ହିଁ କାମ କରିଥାଏ ।”
ସେପଟେ, ଚିରାଗ ପାସୱାନ୍‌ ବି ଆଜି ପାଟନା କାର୍ଯ୍ୟାଳୟରେ ଜାତୀୟ ଓ ରାଜ୍ୟ କାର୍ଯ୍ୟନିର୍ବାହୀଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ ମେଣ୍ଟ ସଂକ୍ରାନ୍ତରେ ଆଲୋଚନା ହେବ। ଜୁଲାଇ ୧୮ ତାରିଖ ଦିନ ‘ବିଜେପି’ ନେତୃତ୍ବାଧୀନ ‘ଏନ୍‌ଡିଏ’ ଆୟୋଜନ କରିବାକୁ ଥିବା ବୈଠକରେ ବି ତାଙ୍କ ଦଳ ଯୋଗଦେବ।

Leave a Reply

Your email address will not be published. Required fields are marked *