ଆତଙ୍କବାଦ୍ ଶେଷ ପାଇଁ ସେନାକୁ ସବୁଜ ସଙ୍କେତ ଦିଆଯାଇଛି। ୩ ସେନା ମିଳିତ ନିଷ୍ପତ୍ତି ନେବେ ଯେ ସେମାନେ କିପରି ଏବଂ କେବେ ଆଟାକ୍ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାକୁ ସ୍ୱାଧୀନତା ପ୍ରଦାନ କରିବା ପରେ ଏହା ସୀମାପାର ଆତଙ୍କବାଦ ବିରୋଧରେ ଦେଶର ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି। ଅନୁମାନ କରାଯାଉଛି ଯେ ଖୁବ୍ ଶୀଘ୍ର ପାକିସ୍ତାନ ସ୍ଥିତ ଆତଙ୍କବାଦୀ ନେଟୱାର୍କ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନିଆଯିବ।
ପ୍ଧଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି। ଯେଉଁ ବୈଠକ ପରେ ପ୍ରଧାନମନ୍ତ୍ରୀ ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିବା କୁହାଯାଉଛି। ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆତଙ୍କବାଦ ବିରୁଦ୍ଧରେ ଏକ ଦୃଢ଼ ପ୍ରହାର କରିବା ଆମର ଜାତୀୟ ସଂକଳ୍ପ। ପ୍ରଧାନମନ୍ତ୍ରୀ ଦେଶର ସଶସ୍ତ୍ର ବାହିନୀର ବୃତ୍ତିଗତ କ୍ଷମତା ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଥିଲେ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଶସ୍ତ୍ର ବାହିନୀକୁ କାର୍ଯ୍ୟର ପଦ୍ଧତି, ଲକ୍ଷ୍ୟ ଏବଂ ସମୟ ନିଷ୍ପତ୍ତି ନେବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now