ମୋକିମ୍, ଚିରଞ୍ଜୀବୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

Spread the love

ଭୁବନେଶ୍ୱର : କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍  ଓ କଂଗ୍ରେସ ନେତା ଚିରଞ୍ଜୀବୀ ବିଶ୍ୱାଳଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି । ଏଆଇସିସି ଶୃଙ୍ଖଳା କମିଟି ପକ୍ଷରୁ ଏହି  ନୋଟିସ୍ ଜାରି ହୋଇଛି ।

ଏସମ୍ପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଚିରଞ୍ଜୀବୀ ଓ ମୋକିମ୍ ଙ୍କୁ ଏଆଇସିସି  ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି ।ଯାହା ଅଭିଯୋଗ ଆସିଥିଲା, ତାକୁ ଆମେ ଏଆଇସିସିକୁ ପଠେଇ ଦେଇଥିଲୁ । ଏଆଇସିସି ଯାହା ନିଷ୍ପତି ନେଇଥିବ । ମୁଁ ସମସ୍ତଙ୍କୁ ନେଇ ବିଜେପି ଓ ବିଜେଡି ବିରୋଧରେ ଲଢିବାକୁ ଚେଷ୍ଟା କରୁଛି । ସେ ରାସ୍ତାରେ ଯଦି କିଏ ବିରୋଧ କରେ ବା ବିଶୃଙ୍ଖଳିତ ଆଚରଣ କରେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ହାଇ କମାଣ୍ଡଙ୍କ ନିଷ୍ପତି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଚଳିତ ମାସରେ ଭୁବନେଶ୍ୱରରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏହି ସମାରୋହରେ ଚିରଞ୍ଜୀବୀ ବିଶ୍ୱାଳ ଯୋଗଦେଇ ରାଜ୍ୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ ।  ଓଡ଼ିଶାରେ କଂଗ୍ରେସରୁ ବର୍ତମାନ ୯ ଜଣ ବିଧାୟକ ଅଛନ୍ତି । କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି । କାର୍ଯ୍ୟକ୍ରମରେ ମହମ୍ମଦ ମୋକିମ୍ ମଧ୍ୟ ଦଳୀୟ ନେତୃତ୍ୱକୁ ସମାଲୋଚନା କରିଥିଲେ । ଯେଉଁଥିପାଇଁ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍  ଜାରି ହୋଇଥିବା ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *