ମୋ ଦଳର ନାମ ଲୋକ ଠିକ କରିବେ: ଆଜାଦ

Spread the love

ଶ୍ରୀନଗର: ଜମ୍ମୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନିକଟରେ କଂଗ୍ରେସର ଇସ୍ତଫା ଦେଇଥିବା ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦ ଜମ୍ମୁର ସୈନିକ କଲୋନୀରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ସେ ଜମ୍ମୁ ବାସୀଙ୍କ ସହ ସବୁବେଳେ ଠିଆ ହୋଇଥିବା କହିଛନ୍ତି। ତେବେ ଆଜିର ଏହି କାର୍ଯ୍ୟକ୍ରମରେ ସେ ନିଜ ଦଳର ନାମ ଘୋଷଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କିନ୍ତୁ ସେ ନାମ ଘୋଷଣା କରି ନାହାନ୍ତି। କିନ୍ତୁ ନିଜର ଏକ ଅଲଗା ଦଳ ଗଠନ କରିବେ ବୋଲି କହିଛନ୍ତି।

ଆଜାଦ କହିଛନ୍ତି କି, ମୁଁ ଏପର୍ଯ୍ୟନ୍ତ ନିଜ ଦଳ ପାଇଁ କୌଣସି ନାମ ଠିକ କରି ନାହିଁ। ଜମ୍ମୁ କାଶ୍ମୀର ଲୋକ ଦଳର ନାମ ଓ ପତାକା ଚୟନ କରିବେ। ମୁଁ ନିଜ ଦଳକୁ ଏକ ହିନ୍ଦୁସ୍ତାନୀ ନାମ ଦେବି ଯାହାକୁ କେହି ବି ବୁଝିପାରୁଥିବ। ମୋର ଦଳ ପୂର୍ଣ୍ଣ ରାଜ୍ୟ ଗଠନ, ଭୂମି ଅଧିକାର ଓ ମୂଳ ନିବାସୀଙ୍କୁ ରୋଜଗାର ଦେବା ଉପରେ କାମ କରିବ।

ଆଜାଦ ଗତ ସପ୍ତାହରେ କହିଥିଲେ କି, ସେ ଜଲ୍ଦି ଏକ ନୂଆ ଦଳ ଆରମ୍ଭ କରିବେ। ସେ ଆହୁରି କହିଛନ୍ତି, କଂଗ୍ରେସ ଆମ ରକ୍ତରୁ ସୃଷ୍ଟି ହୋଇଥିଲା, କମ୍ପ୍ୟୁଟରରୁ ନୁହେଁ। ଲୋକେ ଆମକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନଙ୍କ ପହଁଚ କମ୍ପ୍ୟୁଟର ଓ ଟ୍ବିଟର ମଧ୍ୟରେ ସୀମିତ ରହିଛି। ଏହି କାରଣରୁ କଂଗ୍ରେସ ଜମିରେ ନଜର ଆସୁନାହିଁ।

Leave a Reply

Your email address will not be published. Required fields are marked *