ତିରୁପତି ମନ୍ଦିରରେ ଏବେ କେବଳ କାମ କରିବେ ହିନ୍ଦୁ। ଟିଟିଡି ବୋର୍ଡର ନବନିଯୁକ୍ତ ଅଧ୍ୟକ୍ଷ ବି.ଆର.ନାଇଡ଼ୁ ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି। ତିରୁମାଳା ଦେବସ୍ଥାନମ ବୋର୍ଡର ଅଧ୍ୟକ୍ଷ ନାଇଡ଼ୁ ଘୋଷଣା କରିଛନ୍ତି ଯେ, ଏଣିକି ମନ୍ଦିର ପରିସରରେ କାମ କରୁଥିବା ସମସ୍ତ ବ୍ୟକ୍ତି ହିନ୍ଦୁ ହୋଇଥିବା ଜରୁରୀ। ମନ୍ଦିରରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ ବାବଦରେ ଆନ୍ଧ୍ର ସରକାର ତୁରନ୍ତ ଠୋସ୍ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏମାନଙ୍କୁ ସଂରକ୍ଷଣ ଦିଆଯିବ ନଚେତ ଅନ୍ୟ ପଦପଦବୀକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ଉପରେ ତର୍ଜମା ହେଉଛି। ତିରୁମାଳା ଦେବସ୍ଥାନମର ୨୪ ସଦସ୍ୟ ବିଶିଷ୍ଟ ନୂଆ ବୋର୍ଡ ତିଆରି ହୋଇଛି। ମନ୍ଦିରର ପବିତ୍ରତା ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି ନାଇଡ଼ୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀଙ୍କ କାର୍ଯ୍ୟକାଳରେ ତିରୁପତି ଲଡ଼ୁରେ ପଶୁ ଚର୍ବି ମିଶ୍ରଣ ହୋଇଥିବାର ଗମ୍ଭୀର ଆରୋପ ଲଦିଥିଲେ ଚନ୍ଦ୍ରବାବୁ ନାଇଡ଼ୁ। ଏହା ପରଠୁ ଟିଟିଡି ବୋର୍ଡ ଭଙ୍ଗ ହୋଇଥିଲା। ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଛି। କୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଯାଞ୍ଚ ଦଳ ବା ଏସଆଇଟି ଗଠନ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now