ସନାତନଙ୍କୁ ନବୀନଙ୍କ ତେରେଛା ବାଣ

 ଆଜି ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭା ପରିସରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦେଖିବା ମାତ୍ରେ ପ୍ରଶ୍ନ କରିଥିଲେ, କାଲି କାହିଁକି ବିଧାୟକ ଦଳ ବୈଠକରେ ଉପସ୍ଥିତ ନ ଥିଲେ? ଉତ୍ତର ମିଳିଲା ଦେହ ଭଲ ନଥିଲା। ତାପରେ ନବୀନ ତେରେଛା ବାଣ ମାରି କହିଥିଲେ ଦେହ ଭଲ ନଥିଲା ନା ବିଜେପିକୁ ମୁହାଁଉଛନ୍ତି? ଆପଣ ବିଜେପି ସହ ଅଛନ୍ତି ନା ଭୋଟରଙ୍କ ସହ? ବିଧାୟକ ସାରଦା ଜେନା ବି ସନାତନ ମହାକୁଡଙ୍କ ଅସୁସ୍ଥ ଥିବା  କଥା ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *