କଂଗ୍ରେସ ସହ ମୋ ସମ୍ପର୍କ ଶୂନ୍ୟ: କରଣ ସିଂହ

Spread the love

ନୂଆଦିଲ୍ଲୀ: ସର୍ବପୁରାତନ ଦଳ ସହ ତାଙ୍କ ସମ୍ପର୍କ ଶୂନ୍ୟରେ ପହଞ୍ଚି ଯାଇଛି। ଏପରି କହି ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସର ଭେଟେରାନ ନେତା କରଣ ସିଂହ। ଶୁକ୍ରବାର ସିଂହ କହିଛନ୍ତି, ୧୯୬୭ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। କିନ୍ତୁ ବିଗତ ୮-୧୦ ବର୍ଷ ହେବ ସେ ଆଉ ପାର୍ଲାମେଣ୍ଟାରିଆନ ନାହାନ୍ତି।

ମୋତେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରୁ ବାହାର କରି ଦିଆଯାଇଛି। ହଁ ମୁଁ କଂଗ୍ରେସରେ ଅଛି କିନ୍ତୁ କୌଣସି ସମ୍ପର୍କରେ ନାହିଁ, କେହି ମୋତେ କିଛି ପଚାରୁନାହାନ୍ତି। ମୁଁ ମୋ କାମ କରୁଛି। ଦଳ ସହ ମୋ ସମ୍ପର୍କ ଶୂନ୍ୟ ସ୍ଥିତିରେ ବୋଲି କହିଛନ୍ତି ସିଂହ। ସିଂହଙ୍କ ଏପରି ବୟାନ ପରେ ସେ ଦଳ ଛାଡୁଥିବା ଅନୁମାନ କରାଯାଉଛି। ଜମ୍ମୁ କାଶ୍ମୀର ଶେଷ ରାଜା ହରି ସିଂହଙ୍କ ପୁଅ କରଣ ସିଂହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି।

ଗତ ମାସରେ ଜମ୍ମୁର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଦଳରୁ ଇସ୍ତଫା ଦେଇଥିଲେ। ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ତାଙ୍କ ଇସ୍ତଫା ପତ୍ରରେ ଗୁଲାମ ଦଳର ନେତୃତ୍ବ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ମୁଖ୍ୟତଃ ସେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ଗତ ୯ ବର୍ଷ ଧରି ଦଳରେ ଯାହା ଚାଲିଛି ସେଥିପାଇଁ ସେ ରାହୁଲଙ୍କୁ ଦାୟୀ କରିଥିଲେ।

ଗୁଲାମ ତାଙ୍କ ୫ ପୃଷ୍ଠାର ଚିଠିରେ ଆଜାଦ ଦାବି କରିଥିଲେ କି, କଟେରିଆ ବାସ୍ତବରେ ଦଳ ଚଳାଉଛନ୍ତି, ସୋନିଆ ଖାଲି ନାମକୁ ମାତ୍ର ମୁଖ୍ୟ ହୋଇଛନ୍ତି। ଦଳର ସମସ୍ତ ନିଷ୍ପତ୍ତି ରାହୁଲ ବା ସବୁଠାରୁ ଦୁର୍ଭାଗ୍ୟ କି ସୁରକ୍ଷା କର୍ମୀ ଓ ବ୍ୟକ୍ତିଗତ ସହାୟକଙ୍କ ଦ୍ବାରା ନିଆଯାଉଛି।

Leave a Reply

Your email address will not be published. Required fields are marked *