ଭଙ୍ଗାଯିବ ଓଡ଼ିଶା ଭବନ

ଦିଲ୍ଲୀ ଗସ୍ତ ସମୟରେ ରାଜ୍ୟର ବିଶିଷ୍ଟ ଓ ଅତିବିଶିଷ୍ଟ ବ୍ୟକ୍ତିଙ୍କ ରହଣି ନିମନ୍ତେ ବ୍ୟବହାର ହେଉଥିବା ଓଡ଼ିଶା ଭବନକୁ ଭଙ୍ଗାଯିବ। ଅସୁରକ୍ଷିତ ଥିବା ଦୃଷ୍ଟିରୁ ଏହି ଭବନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୧୯୮୦ ମସିହାରେ ନିର୍ମିତ ହୋଇଥିବା ଓଡ଼ିଶା ଭବନ ସହ ଓଡ଼ିଶା ନିବାସ ଓ ଓଡ଼ିଶା ସଦନର ସୁରକ୍ଷା ଅଡିଟ୍‌ ୨୦୨୨ରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ କରାଯିବାକୁ ପ୍ରସ୍ତାବ ମିଳିଥିଲା।ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ଭିତ୍ତିଭୂମିର ସୁରକ୍ଷା ସଂକ୍ରାନ୍ତ ଅଡିଟ୍‌ କରାଯାଇଥିଲା। ୨୦୨୨ ଏପ୍ରିଲ୍‌ ୧୯ ତାରିଖରେ ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ଓଏସଡି ଓଡ଼ିଶା ଭବନଟି ଦୀର୍ଘସ୍ଥାୟୀ ବ୍ୟବହାର ନିମନ୍ତେ ଅନୁପଯୁକ୍ତ ବୋଲି ଦର୍ଶାଇବା ସହ ଦୁଇରୁ ତିନିବର୍ଷ ମଧ୍ୟରେ ଏହାକୁ ଭଙ୍ଗ କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *