ବଦଳୁଛି ପରିବର୍ତ୍ତନର ପାଗ , ଲୋକ ଦେଖିବେ ନୁଆ ରୁପରେଖ

କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ସ୍ପଷ୍ଟ ବହୁମତ ପାଇଥିବା ବିଜେପିରୁ କାହା ମୁଣ୍ଡରେ ମୁଖ୍ୟମନ୍ତ୍ରୀ ମୁକୁଟ ଭିଡ଼ିବ ଦଳ। ଅନେକଙ୍କ ନାଁକୁ ନେଇ ଚର୍ଚ୍ଚା ଓ ଆକଳନ ଭିତରେ ବିଜେପି ଶିବିରରେ ଗହଳି ଲାଗିଛି। ମୁଖ୍ୟମନ୍ତ୍ରୀ ଚେହେରାରେ ମୋହର ଲାଗିବା ଆଗରୁ ଦଳୀୟ ମୁଖ୍ୟାଳୟରେ ନେତାଙ୍କ ଭିଡ଼ ଲାଗିଥିଲା। ଦିଲ୍ଲୀରୁ ଡକରା ପାଇବା ପରେ ବିଜେପିର ନିର୍ବାଚିତ ୨୦ ସାଂସଦ ଦିଲ୍ଲୀ ଯାଇଛନ୍ତି। ତେବେ ବିଜେପି ବିଧାୟକ ଦଳ ନିଜର ନେତା ଚୟନ କରିବେ। ଆଉ ସଂସଦୀୟ ବୋର୍ଡ ଏଥିରେ ମୋହର ଲଗାଇବ। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ ଓଡ଼ିଆକୁ ଭଲ ପାଉଥିବା, ଓଡ଼ିଆରେ କହିପାରୁଥିବା, ବୁଝିପାରୁଥିବା ଓ ସର୍ବୋପରି ଓଡ଼ିଆ ଅସ୍ମିତାକୁ ଚିହ୍ନୁଥିବା ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବେ।

ସେପଟେ ନୂଆ ସରକାର ଗଠନର କସରତ ଭିତରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଓଡ଼ିଶାର ନବନିର୍ବାଚିତ ବିଧାନସଭାର ସମ୍ୱିଧାନ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତି ପ୍ରଦାନ କରିଛନ୍ତି। ଯଦି ସରକାରୀ ବିରୋଧୀ ହାଓ୍ୱାରୁ ଏତେ ବଡ଼ ବିଜୟ ହାସଲ କରିପାରିଲା ବିଜେପି, କଂଗ୍ରେସ କାହିଁକି ପାରିଲାନି। ବିଜେଡି କହିଛି, ଜନମତକୁ ସଦା ସମ୍ମାନ ଦେଇଆସିଛି ବିଜେଡି। ନବୀନ ରାଜ୍ୟର ବିକାଶକୁ ଶୀଖରକୁ ନେଇଛନ୍ତି। ଲୋକଙ୍କ ସହ ଯୋଡ଼ି ହୋଇ କାମ କରିବାକୁ ଦେଇଥିବା ଗୁରୁମନ୍ତ୍ର ଜାରି ରହିବ।

ନୂଆ ସରକାର ଗଠନ ଆଗରୁ ସିଏମଓରେ ଥିବା ଅବସରପ୍ରାପ୍ତ ଅଧିକାରୀଙ୍କ ଇସ୍ତଫାର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଥିବା ଆର.ବାଲକ୍ରିଷ୍ଣନ, ସୁରେଶ ମହାପାତ୍ର ପ୍ରମୁଖ ଇସ୍ତଫା ଦେଇଛନ୍ତି। ଓଡିଶାରେ ବିଜେପିର ନୂଆ ସରକାର ହେବାକୁ ଯାଉଛି। ଦୀର୍ଘ ୨୪ ବର୍ଷ ପରେ କ୍ଷମତା ପରିବର୍ତ୍ତନ ଲାଗି ଅପ୍ରତ୍ୟାଶିତ ଜନାଦେଶ ମିଳିବା ପରେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଓ ନୂଆ ସରକାରର ରୂପରେଖକୁ ନେଇ ଯେତିକି ଚର୍ଚ୍ଚା। ପ୍ରଥମ ଥର ମୁଖ୍ୟ ବିରୋଧୀ ଦଳ ଭୂମିକାରେ ବିଜେଡିର ଭୂମିକା ଓ କଂଗ୍ରେସର ଆଗକୁ ରଣନୀତି ନେଇ ସେତିକି ଚର୍ଚ୍ଚା ବି ଲାଗିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *