ଝାଡଖଣ୍ଡକୁ ମିଳିଲା 16,800 କୋଟିର ଉପହାର

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାରଖଣ୍ଡର ଦେଓଗର ଗସ୍ତରେ ଯାଇ 16,800 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କରିବାସହ ଦେଓଗର ବିମାନବନ୍ଦରର ଉଦଘାଟନ କରିଛନ୍ତି । ଏହାପୂର୍ବରୁ ମେ 25, 2018 ରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରର ମୂଳଦୁଆ ପକାଇଥିଲେ। ଦେଓଗର ବିମାନବନ୍ଦର ହେଉଛି ଝାରଖଣ୍ଡର ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର | ଏହା ଝାରଖଣ୍ଡର ରାଜଧାନୀ ରାଞ୍ଚି ପରେ ଏହା ଦ୍ୱିତୀୟ ବିମାନବନ୍ଦର ପାଲଟିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ମୁଁ 4 ବର୍ଷ ପୂର୍ବେ ଦେଓଗର ବିମାନବନ୍ଦରର ଭିତ୍ତି ପ୍ରସ୍ତର ସ୍ଥାପନ କରିବାର ସୁଯୋଗ ପାଇଲି। କରୋନାର ଅସୁବିଧା ସତ୍ୱେ ଏହା ଉପରେ କାର୍ଯ୍ୟ ଶୀଘ୍ର କରାଯାଇଥିଲା ଏବଂ ଆଜି ଝାରଖଣ୍ଡ ଆଉ ଏକ ବିମାନବନ୍ଦର ମିଳୁଛି | ପ୍ରତିବର୍ଷ ପ୍ରାୟ 5 ଲକ୍ଷ ଯାତ୍ରୀ ଦେଓଗର ବିମାନ ବନ୍ଦରରୁ ଯାଇପାରିବେ। ଏକ ରିପୋର୍ଟ ଅନୁଯାୟୀ, 2014 ପୂର୍ବରୁ ଭାରତରେ କେବଳ 74 ବିମାନବନ୍ଦର ଥିଲା ବୋଲି କୁହାଯାଉଛି। ଏଥି ସହିତ, ବିଜେପିର ସରକାର ପରେ ଏପ୍ରିଲ 2022 ସୁଦ୍ଧା ଭାରତରେ ବିମାନବନ୍ଦର ସଂଖ୍ୟା 140 କୁ ବୃଦ୍ଧି ପାଇଛି।

  • ଅଭିଷେକ ପୁରୋହିତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *