ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ୨୧ରେ ବାହାରିବ ଫଳାଫଳ ଓ ଜୁଲାଇ ୨୫ରେ ଶପଥ ନେବେ ନବ ନିର୍ବାଚିତ ରାଷ୍ଟ୍ରପତି। ଏହାରି ମଧ୍ୟରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ମଧ୍ୟ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଅଗଷ୍ଟ ୧୧ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ନିର୍ବାଚନ ହେବ।
ରାଷ୍ଟ୍ରପତି ପଦ ପରି ଉପରାଷ୍ଟ୍ରପତି ପଦ ପାଇଁ ଜଣେ ଭାରତୀୟ ହୋଇଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ ୩୫ ବା ତାଠାରୁ ଅଧିକ ହୋଇଥିବା ଆବଶ୍ୟକ। ତାଙ୍କର ରାଜ୍ୟସଭାକୁ ନିର୍ବାଚିତ ହେବାର ଯୋଗ୍ୟତା ଥିବ। ଆଶାୟୀଙ୍କୁ ସେହି ରାଜ୍ୟ ବା ସଂଘ ରାଜ୍ୟ କ୍ଷେତ୍ରରେ ସଂସଦୀୟ ନିର୍ବାଚନ କ୍ଷେତର ମତଦାତା ହେବା ଆବଶ୍ୟକ। ସେ କୌଣସି ସରକାରୀ ବିଭାଗ ବା ଲାଭର ଉପଯୋଗ କରୁ ନ ଥିବେ। ଏହା ବ୍ୟତୀତ, ନିର୍ବାଚନ ଲଢିବାକୁ ପ୍ରାର୍ଥୀଙ୍କୁ ଅନ୍ୟୁନ ୨୦ ସାଂସଦଙ୍କୁ ପ୍ରସ୍ତାବକ ଓ ୨୦ ସଂସଦୀୟ ସଦସ୍ୟଙ୍କ ସମର୍ଥନ ମିଳିବା ଆବଶ୍ୟକ।
ଉପରାଷ୍ଟ୍ରପତି ନିର୍ବାଚନ ସଂସଦର ଦୁଇ ଗୃହର ସଦସ୍ୟ ମିଳିତଭାବେ ନିର୍ବାଚନ ମଣ୍ଡଳ ଅର୍ଥାତ୍ ଇଲେକ୍ଟ୍ରୋରାଲ କଲେଜ ଜରିଆରେ ଅନୁପାତିକ ପ୍ରତିନିଧିତ୍ବ ପଦ୍ଧତିରେ ହୋଇଥାଏ। ସଂସଦର ଦୁଇ ଗୃହର ସଦସ୍ୟ ଏଥିରେ ଭାଗ ନେଇଥାନ୍ତି। ପ୍ରତି ସଦସ୍ୟ କେବଳ ଗୋଟିଏ ଭୋଟ ଦେଇ ପାରନ୍ତି। ରାଷ୍ଟ୍ରପତି ନର୍ବାଚନରେ ନିର୍ବାଚିତ ସାଂସଦମାନଙ୍କ ସହ ବିଧାୟକ ଭାଗ ନେଇଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭା ସାଂସଦ କେବଳ ଭୋଟ ଦେଇଥାନ୍ତି।
ରାଷ୍ଟ୍ରପତି ନିର୍ବାଚନରେ ମନୋନୀତ ସାଂସଦ ଭୋଟ ପ୍ରକ୍ରିୟାରୁ ବାଦ ପଡିଥିବା ବେଳେ କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇଥାନ୍ତି। ଏହି ପରି ଦେଖିଲେ, ଉପରାଷ୍ଟ୍ରପତି ନିର୍ବାଚନରେ ସଂସଦର ୭୯୦ ସାଂସଦ ଅଂଶଗ୍ରହଣ କରିଥାନ୍ତି। ଏଥିରେ ରାଜ୍ୟସଭାର ୨୩୩ ନିର୍ବାଚିତ ଓ ୧୨ ମନୋନୀତି ସଦସ୍ୟ ଓ ଲୋକ ସଭାର ୫୪୩ ନିର୍ବାଚିତ ଓ ଦୁଇ ମନୋନୀତି ସଦସ୍ୟ ଭୋଟ ଦେଇ ପାରନ୍ତି। ଏହିଭଳି ମୋଟ ୭୯୦ ମତଦାତା ମତଦାନରେ ଭାଗ ନେଇଥାନ୍ତି।
ଶିଳାସ୍ମିତା ରାୟ
Naxatra News is now on Whatsapp
Join and get latest news update delivered to you via whatsapp
Join Now