ରାହୁଲଙ୍କ ସଂସଦର ସଦସ୍ୟତା ରଦ୍ଦ

Spread the love

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଉ ଲୋକସଭା ସାଂସଦ ହୋଇ ନାହାନ୍ତି। ୨୦୧୯ ମାନହାନୀ ମକଦମାରେ ଦୋଷୀ ସାବ୍ୟସ୍ତ ହେବାର ଗୋଟିଏ ଦିନ ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଛି। ଲୋକସଭା ସଚିବ ଏନେଇ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

ଲୋକସଭା ସଚିବଙ୍କ ବିଜ୍ଞପ୍ତି ଅନୁଯାୟୀ, ସୁରତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଦ୍ବାରା ୱାଇନାଡ ସାଂସଦ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଆଧାର କରି ସମ୍ବିଧାନର ଧାରା ୧୦୨ (୧୦ (ଇ) ଅନ୍ତର୍ଗତ କେରଳ ୱାୟନାଡ ଲୋକସଭା ସାଂସଦଙ୍କ ସଦସ୍ୟତାକୁ ରଦ୍ଦ କରାଯାଇଛି। ଏଥିସହ ଜନ ଆଇନ ୧୯୫୧ର ସେକ୍ସନ୮ ପଢିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।  ସେକ୍ସନ୮ର ଉପଧାରା ୩ ଜନ ଆଇନ ଅନୁଯାୟୀ, ଯେଉଁ ମୁହୂର୍ତ୍ତରେ ସଂସଦର ଜଣେ ସଦସ୍ୟ ଦୋଷୀ ସାବ୍ୟସ୍ତ ହେବା ସହ ଅନ୍ୟୁନ ୨ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ ହେଉଛନ୍ତି ସେହି କ୍ଷଣି ତାଙ୍କ ସଦସ୍ୟତା ରଦ୍ଦ ହେବ।

ଆଜି ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା ପରେ ରାହୁଲଙ୍କ ନିକଟରେ କେଉଁ ବିକଳ୍ପ ରହିଛି, ତାକୁ ନେଇ ଚର୍ଚ୍ଚା ଜୋରଧରିଛି। ଏହାକୁ ନେଇ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଅଶ୍ବିନୀ ଉପାଧ୍ୟାୟ କହିଛନ୍ତି କି, ରାହୁଲଙ୍କ ନିକଟରେ ଏବେ ମାତ୍ର ଦୁଇଟି ବିକଳ୍ପ ରହିଛି। ଯଦି ରାହୁଲ ଆଇନ ଅନୁଯାୟୀ ଆଗକୁ ନ ବଢନ୍ତି ତେବେ ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କୁ ଜେଲ ଯିବାକୁ ପଡିପାରେ।

ସେପଟେ ସଦସ୍ୟତା ଫେରି ପାଇବାକୁ ଚାହୁଁଥିଲେ ତାଙ୍କୁ ହାଇକୋର୍ଟ ବା ସୁପ୍ରିମକୋର୍ଟକୁ ଯିବାକୁ ହେବ। ତେବେ ରାହୁଲଙ୍କୁ ଉଚ୍ଚ କୋର୍ଟରୁ କୌଣସି ଆଶ୍ବସ୍ତି ମିଳିବାର ରହିଛି କମ ସମ୍ଭାବନା। କାରଣ ରାହୁଲ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। କେବଳ ଦଣ୍ଡବିଧାନରୁ ମୁକୁଳି ପାରିଲେ ହିଁ ତାଙ୍କ ସଦସ୍ୟତାକୁ ବଞ୍ଚାଇପାରିବେ ରାହୁଲ।

Leave a Reply

Your email address will not be published. Required fields are marked *