ସିଦ୍ଧରମେୟାଙ୍କ ସମର୍ଥନ ପ୍ରେସ୍‌ମିଟରେ ଚାଲିଗଲା ଜୀବନ

ମହୀଶୁର ସହରାଞ୍ଚଳ ବିକାଶ ପ୍ରାଧିକରଣରେ ହୋଇଥିବା ଜମି ଦୁର୍ନୀତିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ସଂପୃକ୍ତି ଅଭିଯୋଗ ନେଇ ମାମଲା ରୁଜୁ ଲାଗି ରାଜ୍ୟପାଳ ଥାଓ୍ୱାରଚାନ୍ଦ ଗେହଲଟ ନିର୍ଦେଶ ଦେବା ପରେ ରାଜନୀତିକ ଘମାସାନ ଦେଖିବାକୁ ମିଳିଛି। ସିଦ୍ଧରମେୟାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳ ସମ୍ମତି ଦେବା ପରେ ବିଜେପି ଏହାକୁ ସ୍ୱାଗତ କରିଛି। ଆଉ କଂଗ୍ରେସ କହିଛି, କ୍ଷମତାର ଦୁରୁପଯୋଗ କରି ବିଜେପିର ଏଜେଣ୍ଟ ସାଜିଛନ୍ତି ରାଜ୍ୟପାଳ। ନିର୍ବାଚିତ ସରକାରଙ୍କୁ ବଦନାମ ସହ ଭାଙ୍ଗିବାକୁ ଷଡଯନ୍ତ୍ର ହେଉଛି। ଆଉ ଏତିକିବେଳେ ଆଜି ରାଜ୍ୟପାଳଙ୍କ ଏଭଳି ନିଷ୍ପତ୍ତି ବିରୁଦ୍ଧରେ ବେଙ୍ଗାଲୁରୁ ପ୍ରେସ କ୍ଲବରେ କର୍ଣ୍ଣାଟକ ରାଜ୍ୟ ପଛୁଆ ଓ ସଂଖ୍ୟାଲଘୁ ସଂଘ ବ୍ୟାନରରେ ପ୍ରେସମିଟ୍ କରୁ଼୍ଥିଲା ବେଳେ ଚାଲିଯାଇଛି ସିକେ ରବିଚନ୍ଦ୍ରନଙ୍କ ଜୀବନ। ସିକେ ରବୀନ୍ଦ୍ରନ ହେଉଛନ୍ତି ସଂଘର ସଦସ୍ୟ ଓ କଂଗ୍ରେସର କର୍ମୀ। ପ୍ରେସମିଟ ବେଳେ ଅଚାନକ ହୃଦଘାତରେ ରବିଚନ୍ଦ୍ରନଙ୍କ ଅକାଳ ବିୟୋଗରେ ଗଭୀର ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ରବିଚନ୍ଦ୍ରନ ସମ୍ୱିଧାନ ସୁରକ୍ଷା ଓ ଗଣତନ୍ତ୍ରର ରକ୍ଷା ଲାଗି ନିରବିଛିନ୍ନ କାମ କରୁଥିଲେ ବୋଲି କହିଛନ୍ତି ସିଦ୍ଧରମେୟା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *