ବାଜପେୟୀଙ୍କୁ ମନେ ପକାଉଛି ଦେଶ

Spread the love

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୪ର୍ଥ ତମ ଶ୍ରାଦ୍ଧ ବାର୍ଷିକୀ। ଏନେଇ ଦିଲ୍ଲୀ ସ୍ଥିତ ତାଙ୍କ ସମାଧୀ ପୀଠ ସଦୈବ ଅଟଳଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ଜେପି ନଡ୍ଡା, ରାଜନାଥ ସିଂଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିବା ଜଣାପଡିଛି। ଏମାନଙ୍କ ବ୍ୟତୀତ ବାଜପେୟୀଙ୍କ ପୋଷ୍ୟା କନ୍ୟା ନମିତା ବାଜପେୟୀ ଏବଂ ଜ୍ୱାଇଁ ରଞ୍ଜନ ଭଟ୍ଟାଚାର୍ଯ୍ୟ ମଧ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଜିର ଦିନ ଅର୍ଥାତ ୨୦୧୮ ମସିହା ଅଗଷ୍ଟ ୧୬ରେ ୯୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ୧୯୨୪ ମସିହା ଡିସେମ୍ୱର ୨୫ରେ ମଧ୍ୟପ୍ରଦେଶ ଗ୍ୱାଲିୟରରେ ଜନ୍ମଗ୍ରହଣ କରିଥିଲେ ବାଜପେୟୀ। ୨୦୧୫ ମସିହାରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।

୧୯୯୬ ମସିହାରୁ ୨୦୦୪ ମଧ୍ୟରେ ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଜଣେ ହିନ୍ଦୀ କବି, ସାମ୍ୱାଦିକ ଏବଂ ଜଣେ ଦକ୍ଷ ବକ୍ତା ଭାବେ ଜଣାଶୁଣା ଥିଲେ। ସେ ଏଭଳି ଜଣେ ନେତା ଥିଲେ ଯିଏ ୪ଟି ରାଜ୍ୟ ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀରୁ ୬ଟି ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ। ୧୯୯୬ ମସିହାରେ ଏକ ସଭାରେ ଯୋଗଦେବାକୁ ଆମଲା ସୁଭାସ ଇଣ୍ଟର କଲେଜ ପରିସରକୁ ଆସିଥିଲେ ବାଜପେୟୀ। ସେଠାରେ ତାଙ୍କ ବକ୍ତବ୍ୟ ଶୁଣିବାକୁ ନାହଁନଥିବା ଭିଡ ଦେଖିବାକୁ ମିଳିଥିଲା।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *