ନୀତିଶଙ୍କ ଫଟୋ ପୋଷ୍ଟ ପରେ କାହିଁକି ଡିଲିଟ କଲେ ପିକେ?

ନୂଆଦିଲ୍ଲୀ: ଦେଶର ନିର୍ବାଚନୀ ଚାଣକ୍ୟ ପ୍ରଶାନ୍ତ କିଶୋରଙ୍କ ଟାର୍ଗେଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ପିକେ ନୀତିଶଙ୍କ ଉପରେ ନିଜ ପ୍ରତିଶୋଧ ନେବାକୁ ୪ଟି ଫଟୋ ଜାରି କରିଛନ୍ତି।  ୪ ଫଟୋରେ ମୁଖ୍ୟମନ୍ତ୍ରୀ ନୀତିଶ କିପରି ନତମସ୍ତକ ହୋଇଥିଲେ ତାହା ଦେଖିବାକୁ ମିଳିଛି। କିନ୍ତୁ ଏହି ଫଟୋ ସେୟାର କରିବାର କିଛି ସମୟ ପରେ ପିକେ ସସବୁକୁ ଡିଲିଟ କରି ଦେଇଛନ୍ତି।

 ପିକେଙ୍କ ଫଟୋକୁ ନେଇ କୁହାଯାଉଛି କି, ଦିନକ ପୂର୍ବରୁ ନୀତିଶ ତାଙ୍କୁ କରିଥିବା ଆକ୍ରମଣର ଏହା ଥିଲା ନୀରବ ପ୍ରତିଆକ୍ରମଣ। ତେବେଏମିତି ଏକ ସମୟ ଥିଲା, ଯେତେବେଳେ ପିକେ ଥିଲେ ନୀତିଶଙ୍କ ଅତି ବିଶ୍ବସ୍ତ। ଜେଡିୟୁରେ ପିକେଙ୍କୁ ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିଲା। କିନ୍ତୁ ୨୦୨୦ରେ ଜେଡିୟୁରୁ ତାଙ୍କୁ ବିଦାକରି ଦିଆଯାଇଥିଲା ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ।

 ପିକେ ନୀତିଶଙ୍କୁ ନେଇ କହିଥିଲେ କି, ନୀତିଶଙ୍କ ବିରୋଧୀ ମେଣ୍ଟର ପ୍ରଭାବ ଜାତୀୟସ୍ତରରେ ପଡିବ ନାହିଁ। ଅବଶ୍ୟ ଆଞ୍ଚଳିକସ୍ତରରେ ପ୍ରଭାବ ପକାଇବ।  କିନ୍ତୁ ଏହି ବୟାନକୁ ଖଣ୍ଡନ କରିବା ସହ ନୀତିଶ କହିଥିଲେ କି, ପିକେଙ୍କ କଥାର କୌଣସି ମୂଲ୍ୟ ନାହିଁ। ବିଭିନ୍ନ ରାଜନୈତିକ ଦଳ ସହ କାମ କରିବା ତାଙ୍କର ବ୍ୟବସାୟ। ୨୦୦୫ ପରଠୁ କେତେ କାମ ହୋଇଛି, ସେ ସମ୍ପର୍କରେ ପିକେଙ୍କୁ ପଚାରିଲେ ସେ କହିପାରିବେ ନାହିଁ। ବିହାରକୁ ନେଇ ତାଙ୍କ ଅଭିମୁଖ୍ୟରେ ଆମର କିଛି ହେବାର ନାହିଁ।

୪ ବର୍ଷ ତଳେ ପିକେ ବିହାର ରାଜନୀତିରେ ପ୍ରବେଶ କରିଥିଲେ। ସେ ଜେଡିୟୁରେ ମିଶିବା କ୍ଷଣି ତାଙ୍କୁ ଦଳର ଜାତୀୟ ଉପାଧ୍ୟକ୍ଷ କରାଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *