କାହିଁକି ପିକେ ଟ୍ବିଟ କଲେ ଦିନକରଙ୍କ କବିତାର ପଂକ୍ତି?

Spread the love

 ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସାକ୍ଷାତକାରକୁ ନେଇ ଏବେ ରାଜନୀତିକ ଚର୍ଚ୍ଚା ଜୋର ଧରିଛି। ଏହା ମଧ୍ୟରେ ପିକେ ନଇଁ ପଡିଛନ୍ତି ନୀତିଶଙ୍କ ଆଗରେ ବୋଲି କୁହାଯାଉଛି। ଏହା ପରେ ଅନୁମାନ କରାଯାଉଛି କି, ପିକେ ପୁଣି ଫେରିବେ ଜେଡିୟୁକୁ। ଏହି ସବୁ ମଧ୍ୟରେ ପ୍ରଶାନ୍ତ କିଶୋର ଏକ ଟ୍ବିଟ କରି ନୀତିଶଙ୍କ ସହ ସାକ୍ଷାତକାର ଉପରେ ସଂକେତରେ ଜବାବ ଦେବାକୁ ଚେଷ୍ଟା କରିଛନ୍ତି ସବୁ ଚର୍ଚ୍ଚାକୁ।

ମଙ୍ଗଳବାର ସଂଧ୍ୟାରେ ନୀତିଶ ଓ ପିକେଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ ଘଣ୍ଟା ଧରି ହୋଇଥିଲା ଭିତିରି ଆଳାପ। ଏହାକୁ ନେଇ ରାଜନୈତିକ ଅଳିନ୍ଦରେ ଲାଗିରହିଥିବା ଚର୍ଚ୍ଚା ଉପରେ ରାଷ୍ଟ୍ରକବି ଦିନକରଙ୍କ କବିତାର ଏକ ପଂକ୍ତି ଉଦ୍ଧୃତ କରିଛନ୍ତି ପିକେ- ତେରି ସହାୟତା ସେ ଜୟ ତୋ ମୈ ଅନାୟାସ ପା ଜାଉଙ୍ଗା, ଆନେବାଲି ମାନବତାକୋ ଲେକିନ କ୍ୟା ମୁଖ ଦିଖଲାଉଁଗା।

ତେବେ ପିକେ ତାଙ୍କ ଟ୍ବିଟକୁ ନେଇ କଣ କହିବାକୁ ଚାହୁଁଛନ୍ତି? କାହା ସହାୟତା କଥା କହୁଛନ୍ତି? ତାକୁ ନେଇ ଚାଲିଛି ବିଶ୍ଳେଷଣ।  କାରଣ ମଙ୍ଗଳବାର ନୀତିଶଙ୍କୁ ଭେଟିଥିଲେ। ଏହି ସାକ୍ଷାତକାର ପାଇଁ ପ୍ରଶାନ୍ତ ଇଛାପ୍ରକାଶ କରିଥିବା ନୀତିଶ କହିଥିବା ବେଳେ ପବନ ବର୍ମା ସାକ୍ଷାତକାରର ସୂତ୍ରଧର ସାଜିଥିଲେ।

ତେବେ ଏହି ସାକ୍ଷାତକାର ପୂର୍ବରୁ ଉଭୟ ପିକେ ଓ ନୀତିଶ ପରସ୍ପରକୁ ଟାର୍ଗେଟ କରିଚାଲୁଥିଲେ।  ନୀତିଶ ପିକେଙ୍କୁ ବେପାରୀ କହିବା ସହ ଯେଉଁଠି ଟଙ୍କା ମିଳିବ ସେଠି ପିକେ ବୋଲି କହିଥିବା ବେଳେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ନୀତିଶଙ୍କ ଅସହାୟତାକୁ ନେଇ ଟାର୍ଗେଟ କରିଥିଲେ ପିକେ। ଏମିତି କି, ପିକେ କହିଥିଲେ କି, ଫେବିକଲ କମ୍ପାନୀବାଲା ମିଳିଲେ ସେ ନୀତିଶଙ୍କୁ ତାଙ୍କ ବ୍ରାଣ୍ଡ ଆମ୍ବାସାଡର କରିବାକୁ କହିବେ। କାରଣ ନୀତିଶଙ୍କର ସର୍ବଦା ଚୌକିରେ ବାନ୍ଧି ହୋଇ ରହିଥାନ୍ତି।   

Leave a Reply

Your email address will not be published. Required fields are marked *