ପବିତ୍ର ଜାଗରଯାତ୍ରା ପାଇଁ ଭକ୍ତମୟ ହୋଇ ଉଠିଥିଲା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ରୀତିନୀତି ଅନୁଯାୟୀ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତି ଓ ସକାଳ ନୀତିକାନ୍ତି ସଂଧ୍ଯା ୬ଟା ସୁଧା ସରିବା ପରେ ପ୍ରଥମ, ଦ୍ବିତୀୟ, ତୃତିୟ, ଚତୁର୍ଥ ଏପରି ଚାରି ପ୍ରହର ଘର୍ଷଣ, ରୁଦ୍ରାଭିଷେକ ଓ ଜଳାଭିଷେକ ନୀତି ରାତ୍ର ୧୨ଟାରେ ସମ୍ପନ୍ନ ହେବା ପରେ ରତ୍ନଭଣ୍ଡାର ଘରୁ ସୁନା ଅଳଙ୍କାର ଅଣାଯାଇ ସୁନାବେଶ କରାଯାଇଥିଲା।
ପ୍ରାୟ ରାତ୍ର ୩ଟାରେ ସୁନାବେଶକୁ ସର୍ବସାଧାରଣ ଦର୍ଶନ କରିବା ପରେ ରାତ୍ର ୩\୩୦ରୁ ୪\୩୦ମଧ୍ଯରେ ଷୋଡଶ ଉପଚାର ପୂଜାରେ ମହାଦୀପ ପ୍ରତିଷ୍ଠା ଓ ଅଗ୍ନି ସଂଯୋଗ କରାଯାଇ ୪\୩୫ରେ ବିଶ୍ବକଲ୍ଯାଣ ଉଦ୍ଯେଶରେ ମହାଦୀପ ମନ୍ଦିରଚୂଡାକୁ ଉଠିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now