କଟକ ଜିଲ୍ଲା ନେମାଳ ଥାନା ମନାନଗଡା ନିକଟ ବୋମା ବିସ୍ଫୋରଣ ଘଟଣା। ଆଜି ଏହି ଘଟଣାର ପର୍ଦା ଫାସ କରିଛି ପୋଲିସ। ଏହି ବିସ୍ଫୋରଣ ଘଟଣାରେ ମୃତ ବ୍ୟକ୍ତି ହିଁ ବୋମା ତିଆରି କରୁଥିବା ଜଣା ପଡ଼ିଛି। ଏହାସହ ୧୨ଟି ଜୀବନ୍ତ ବୋମା ମଧ୍ୟ ସେହି ଘର ଜବତ ହୋଇଥିବା ସାଲେପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି କହିଛନ୍ତି। ଏଥିରେ ମୋଟ 7ଜଣ ଅଭିଯୁକ୍ତ ମଧ୍ୟରୁ ମୃତ ମିର୍ଜା ଆକବର ବେଗ ଙ୍କୁ ଛାଡି ସେହି ଅଞ୍ଚଳର ଆଉ 6ଜଣଙ୍କୁ ପୋଲିସ ଗିରଫ କରିଛି। ମୃତ ମିର୍ଜା ଆକବର ନାଁରେ ଜିଲ୍ଲା ତଥା ଜିଲ୍ଲା ବାହାରେ ବହୁ ଅପରାଧିକ ମାମଲା ରହିଥିଲା। ପୋଲିସ ମଧ୍ୟ ତାକୁ ଖୋଜୁଥିଲା। ତେବେ ଜଣେ ବ୍ୟବସାୟୀଙ୍କୁ ଭୟଭୀତ କଟାଇବା ପାଇଁ ଏହି ବମ ସବୁ ଭିଡା ଯାଇ ରଖାଯାଇଥିଲା। କୌଣସି ଅସାବଧାନତା ହେତୁ ବୋମା ଫୁଟିଯିବାରୁ ଗତ ମାସ 29 ତାରିଖ ଦିନ ତାର ମୃତ୍ୟ ହୋଇଥିବା ପୋଲିସ କହିଛି। ସେଠାରୁ 4କେଜି ବିସ୍ଫୋରକ ସାମଗ୍ରୀ ସହ ଏକ ଖଣ୍ଡା,ବନ୍ଧୁକ, 9ଟି ମୋବାଇଲ ଫୋନ ମଧ୍ୟ ପୋଲିସ ଜବତ କରିଛି। bt1-ପ୍ରଦୀପ କୁମାର ସାହୁ ( ଅତିରିକ୍ତ ଏସପି କଟକ )।

Naxatra News is now on Whatsapp
Join and get latest news update delivered to you via whatsapp
Join Now