ୱାଲଟିଅର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ପ୍ରସଙ୍ଗରେ ସରକାରଙ୍କୁ କଡା ଭାଷାରେ ସମାଲୋଚନା କଲେ ବରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ରେଳ ମନ୍ତ୍ରୀ ବେଇମାନି କରୁଛନ୍ତି | ଆମକୁ ଲଜ୍ଜା ଲାଗୁଚି ଆମେ ତାଙ୍କୁ ଭୋଟ ଦେଇ ଦିଲ୍ଲୀ ପଠାଇଛୁ | ଆମେ ଜାଣିଚୁ ତାଙ୍କର ଓଡିଶା ପ୍ରୀତି ନାହିଁ | ବିଜେପି ଏକ ଅନ ରେଜିଷ୍ଟ୍ରଡ଼ ଦଳ ଯିଏ ଷଡଯନ୍ତ୍ର କରୁଛି | ୱାଲଟିଅର ଡିଭିଜନ ଯଦି ସାଉଥ ସେଣ୍ଟ୍ରାଲ ରେଲୱେ, ବିଶାଖାପାଟଣା ସହିତ ମିଶାଇ ଦିଆଯାଏ ତେବେ 20 ହଜାର କୋଟି ଟଙ୍କା ଓଡିଶାର ରାଜସ୍ବ ହାନି ହେବ | ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଆଶୀର୍ବାଦରେ ପୂର୍ବ ତଟ ରେଳପଥ ହୋଇଥିଲା |ରଣେନ୍ଦ୍ର ପ୍ରତାପଙ୍କୁ ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ।ଅଣ ପଞ୍ଜିକୃତ ଦଳ ବୋଲି ବିଜେପିକୁ କହିଲେ ତାହା ଠିକ ନୁହେଁ | ଓଡିଶାର ଗୋଟେ ଇଞ୍ଚ ମଧ୍ୟ ଅଲଗା ରାଜ୍ୟକୁ ଯିବ ନାହିଁ | ଇଷ୍ଟ କୋଷ୍ଟ ତିନୋଟି ଡିଭିଜନ ନେଇ ଚାଲିବ । ୟୁପିଏ ସରକାର ସର୍ଦନ ଡିଭିଜନ କରିବାକୁ ଚାହୁଁଥିଲେ, ଆପଣଙ୍କ ସାଂସଦ ମାନେ ସେତେବେଳେ କଣ କରୁଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now