ବାଇକ୍ ଚୋରି କରିବା ପଡିଲା ମହଙ୍ଗା । ଚୋରି କରିବା ବେଳେ ଚାରିଜଣ ଚୋରକୁ କାବୁ କରି ଦୋଉଡିରେ ବାନ୍ଧି ରାତିସାରା ଉତ୍ତମ ମଧ୍ୟମ ମାଡ଼। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ବାଗସାହି ଗ୍ରାମରେ ବିଳମ୍ବିତ ରାତିରେ ଚାରି ଜଣ ଚୋର ବାଇକ ଚୋରି କରିବା ବେଳ ଚୋର କୁ ଗୋଡାଇ ଧରିଥିଲେ ଗ୍ରାମବାସୀ। ଚାରି ଜଣଙ୍କୁ ଧରିବା ପରେ ରାତିସାରା ଉତମ,ମଧ୍ଯମ ଦେବା ସହିତ କମର୍ଦା ଥାନ ପୋଲିସ କୁ ହସ୍ତତନ୍ତ କରିଛନ୍ତି। କମର୍ଦା ପୁଲିସ ଚାରି ଜଣ ଚୋରକୁ ଅଟକ ରଖିବା ସହିତ ଓମିନି ଗାଡିକୁ ଜବଦ କରିଛି। ଚାରି ଜଣ ଚୋରକୁ ଥାନାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ । ସମସ୍ତ ଚୋର ମାନଙ୍କ ଘର ପଶ୍ଚିମବଙ୍ଗ ବେଲି ଜଣାପଡିଛି, ଏମାନଙ୍କ ସହିତ ଆହୁରି ଛଅଜଣ ଘଟଣା ସ୍ଥଳରୁ ଫେରାର ହୋଇ ଥିବା ଗ୍ରାମବାସୀ ମାନେ କହିଛନ୍ତି। ତେବେ ଦିନକୁ ଦିନ କମର୍ଦ୍ଦା ଅଞଳରେ ବାଇକ ଚୋରି ବଢୁଥିବାରୁ ଏମାନଙ୍କୁଠାରୁ ପୁଲିସ କିଛି ତଥ୍ଯ ମିଳିବ ବୋଲି ଆଶା କରିଛି, ରାତ୍ରି ରେ ପୁଲିସ ପକ୍ଷରୁ ଠିକ ଭାବେ ପେଟ୍ରୋଲିଙ୍ଗ ହେଉନଥିବାରୁ ଏଭଳି ଚୋରଙ୍କ ପ୍ରାଦୁର୍ଭାବ ବଡିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now