ଦିବ୍ୟାଙ୍ଗ ପ୍ରତି ସମାଜର ଦୃଷ୍ଟିଭଙ୍ଗିକୁ ବଦଳାଇବା , ସେମାନଙ୍କୁ ନିଜ ଅଧିକାର ସମ୍ପର୍କରେ ସଚେତନ କରିବା ସହିତ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ରେ ଡିସେମ୍ବର ୩କୁ ଅନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବବସ ରୂପେ ପାଳନ କରାଯାଏ । ତେବେ ସମୟ ତାଳେ ତାଳେ ଦିବ୍ୟାଙ୍ଗ ବଦଳିବାରେ ଲାଗିଛନ୍ତି । ଏମିତି , ବହୁ ଦିବ୍ୟାଙ୍କ ଙ୍କ ଅଛନ୍ତି ଜୀବନ ସହ ସଂଘର୍ଷ କରିଚାଲିଛନ୍ତି । ଆସନ୍ତୁ ଜାଣିବା ।
ଅକ୍ଷମ ହେଲେ ବି ହାର ମାନିନାହାନ୍ତି ଧୀରେନ୍ଦ୍ର। ଆଜି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ଉଦାହରଣ ସାଜିଛନ୍ତି ଧୀରେନ୍ଦ୍ର । ଦୃଢ଼ ଇଛା ଶକ୍ତି ସାମ୍ନାରେ ସବୁ କିଛି ହାର ମାନିଥାଏ, ସେ ଦିବ୍ୟାଙ୍ଗ ସତ, ହେଲେ କେବେ ନିଜର ଲକ୍ଷ୍ୟ ପଥକୁ ଭୁଲି ନାହାନ୍ତି।
ଅନ୍ୟପଟେ ଏ ହେଉଛନ୍ତି ଭୋଗରାଇ ବ୍ଲକ ନହରା ପଞ୍ଚାୟତ ସାଇନ୍ତପଟା ଗ୍ରାମର ଦିବ୍ୟାଙ୍ଗ ଧୀରେନ୍ଦ୍ର ସେନାପତି। ଜନ୍ମରୁ ଦିବ୍ୟାଙ୍ଗ ଧୀରେନ୍ଦ୍ର । ନିଜର ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ପରିବାର ପ୍ରତି ବୋଝ ନ ହୋଇ ପରିବାରକୁ ପ୍ରତିପୋଷଣ କରୁଛନ୍ତି । ପରିବାର କହିଲେ ଧୀରେନ୍ଦ୍ରଙ୍କ ସ୍ତ୍ରୀ ଓ ମାଆଙ୍କ ସମେତ ଦୁଇ ପୁଅ। ଆଖିକୁ ଭଲରେ ଦେଖା ଯାଉନଥିବା ଧୀରେନ୍ଦ୍ରଙ୍କର ପିଲାବେଳୁ ପୋଲିଓରେ ଡାହାଣ ଗୋଡ଼ ମଧ୍ୟ ଅଚଳ । ଉଚ୍ଚଶିକ୍ଷା ହାସଲ କରିଥିବା ଧୀରେନ୍ଦ୍ର ପାଠପଢ଼ା ପରେ ପିଲାଙ୍କୁ ଟିଉସନ କରୁଥିଲେ । ଧୀରେନ୍ଦ୍ର ଯେଉଁ ସମୟରେ ବସି ରହିବା କଥା ସେତେବେଳେ ତାଙ୍କ ରୋଜଗାରରେ ଦୁଇ ପିଲାଙ୍କୁ ପାଠ ପଢ଼ାଇବା ସହ ବୃଦ୍ଧା ମା’ର ଔଷଧ ଖର୍ଚ୍ଚ ଏବଂ ପରିବାର ପ୍ରତିପୋଷଣ କରନ୍ତି । ହେଲେ ଧୀରେ ଧୀରେ ଆଖିକୁ ଭଲରେ ଦେଖା ନ ଯିବାରୁ ପାଠ ପଢ଼ାଇବା ଛାଡ଼ି ଗାଁ ଗାଁ ବୁଲି ଆଇସକ୍ରିମ ବେପାର ଆରମ୍ଭ କରିଥିଲେ । ସରକାରଙ୍କଠାରୁ ଧୀରେନ୍ଦ୍ର ୭୫ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିବା ବେଳେ ନିଜେ ସ୍ଵାବଲମ୍ବୀ ହୋଇପାରିଛନ୍ତି । । ସେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟ ଉପରେ ବୋଝ ନ ହୋଇ ଧୀରେନ୍ଦ୍ର ସ୍ଵାବଲମ୍ବୀ ହେବା ସହ ନିଜ ପରିବାର ପ୍ରତିପୋଷଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।
ସେପଟେ ଢେଙ୍କାନାଳ ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ଗାଁ ୩୧ ବର୍ଷୀୟ ସର୍ବେଶ୍ୱର ପରିଡା। ଜନ୍ମରୁ ଦିବ୍ୟାଙ୍ଗ ସର୍ବେଶ୍ୱର। ବହୁ କଷ୍ଟରେ ବାପା ମା ଦିବ୍ୟାଙ୍ଗ ଛୁଆକୁ ମଣିଷ କରିବାକୁ ଚେଷ୍ଟା କରିଥିଲେ। ହେଲେ ଦୁଃଖର ବେଦନା ସାଙ୍ଗକୁ ଗରିବତା ସବୁ ସ୍ବପ୍ନକୁ ଧୂଳିସାତ କରି ଦେଇଥିଲା। ଆଜକୁ ଦେଢ଼ ବର୍ଷ ତଳେ ବାପା ମୁରଲୀ ଆରପାରିକୁ ଚାଲିଗଲେ। ମାଆ ପଞ୍ଚାଳୀ ଦିବ୍ୟାଙ୍ଗ ପୁଅକୁ ଦାୟିତ୍ୱ ନେଇ ଆସୁଛନ୍ତି। ସର୍ବେଶ୍ୱରଙ୍କ ପାଠ ପଢିବା ପାଇଁ ଇଛା ଥିଲେ ମଧ୍ୟ ତାଙ୍କୁ ଅଳ୍ପ ପାଠପଢ଼ାରେ ଡୋରି ବାନ୍ଧି ଦେଇଥିଲା। ତେବେ କାମାକ୍ଷାନଗର ଜିରିଡାମାଳିରେ ଦିବ୍ୟାଙ୍ଗଙ୍କ ପାଇଁ ହୋଇଥିବା ଇଲେକ୍ଟ୍ରିକାଲ ତାଲିମ ଶିବିରରେ ଶିକ୍ଷା ଲାଭ କରି ସେ ଗାଁରେ ଛୋଟ ଦୋକାନ ଦେଇଥିଲେ। ବହୁ କଷ୍ଟରେ ଦିବ୍ୟାଙ୍ଗ ଭତ୍ତା ଓ ସରକାରଙ୍କ ରାସନରେ ନିଜର ଉଦର ଖଣ୍ଡକ ପୋଷୁଛନ୍ତି ସର୍ବେଶ୍ୱର। ତେବେ ସାହାର୍ଯ୍ୟ ଓ ସହଯୋଗ ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।
ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ବହୁ ଦିବ୍ୟାଙ୍ଗ ଭିକ୍ଷା ବୃତ୍ତି କରି ପେଟ ପୋଷଣ କରିଥାନ୍ତି। ନିଜର ଇଛା ଶକ୍ତି ଆଜି ସେମାନଙ୍କୁ ସ୍ୱାବଲମ୍ବୀ କରିପାରିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now