ଆସନ୍ତା ୭ ତାରିଖରେ ପାଳିତ ହେବାକୁ ଥିବା ଇଦ-ଉଲ-ଫିତର ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗାନ୍ଧି ସ୍ମୃତି ଭବନରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବାଲେଶ୍ୱର ଓ ରେମୁଣା ଅଞ୍ଚଳର ଦୁଇ ସମ୍ପ୍ରଦାୟର ଶାନ୍ତି କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ସହିତ ପର୍ବ ପାଳନ ନେଇ ବିଭିନ୍ନ ପ୍ରସ୍ତାବ ଓ ମତ କମିଟି ସଦସ୍ୟ ମାନେ ଉପସ୍ଥାପିତ କରିଥିଲେ।ଏହି ଶାନ୍ତି କମିଟି ବୈଠକରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଅଧ୍ୟକ୍ଷତା କରିଥିବା ବେଳେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଏସପି ରାଜ ପ୍ରାସାଦ, ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିକ୍ରେ, ସାଂସଦ ପ୍ରତିନିଧି ଚିତ୍ତରଞ୍ଜନ ପଣ୍ଡା, ମ୍ୟୁନିସପାଲିଟି ଅଧ୍ୟକ୍ଷା ସବିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୭ ତାରିଖରେ ପାଳିତ ହେବାକୁ ଥିବା ଇଦ-ଉଲ-ଫିତର ଶାନ୍ତି ଶୃଙ୍ଖଳା ସହିତ ପାଳନ ପାଇଁ ସ୍ଥିର କରାଯାଇଥଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now