ବ୍ରହ୍ମପୁର ର ପ୍ରସିଦ୍ଧ ରାମଲିଙ୍ଗେଶ୍ୱର ପ୍ରକଳ୍ପ କୁ ନେଇ ଏବେ ମୁହାଁମୁହିଁ ମେୟର ଓ କର୍ପୋରେଟର ଗଣ, ରାମଲିଙ୍ଗେଶ୍ୱର ପ୍ରକଳ୍ପ ର ଭଡା ବାବଦକୁ ଅଟକି ରହିଥିବା ବକେୟା ଟଙ୍କା ଗୋଟିଏ ନିର୍ଦ୍ଧିଷ୍ଟ ଟ୍ରଷ୍ଟ ଏକାଉଣ୍ଟ ରେ ପୈଠ ହେବା ପରେ ଏଭଳି କିଛି ଝଡ଼ ସୃଷ୍ଟି ହୋଇଛି, ପ୍ରଥମେ ମହାନଗର ନିଗମ ର କମିଶନର ଓ ପରେ ମେୟର ଙ୍କ ସ୍ୱଚ୍ଛତା ଉପରକୁ ଆଙ୍ଗୁଳି ଉଠାଇଛନ୍ତି ଏକାଧିକ କର୍ପୋରେଟର,କେଉଁ ଅଧାରରେ କୋର୍ଟ ବିଚାରାଧୀନ ଥିବା ଟ୍ରଷ୍ଟି କୁ ଲକ୍ଷଧିକ ଟଙ୍କା ପ୍ରଦାନ କରାଗଲା ସେ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମେୟର ଓ କମିଶନରଙ୍କୁ ଜବାବ ମାଗିଛନ୍ତି, ଯଦି ସନ୍ତୋଷ ଜନକ ଉତ୍ତର ନ ମିଳେ ତାହାହେଲେ ଆଗାମୀ ଦିନରେ ଆଇନ ର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି କର୍ପୋରେଟର ଗଣ,
ମେୟର ବନାମ କର୍ପୋରେଟର, ଟଳମଳ ହେଲାଣି ବ୍ରହ୍ମପୁର ମହାନଗର ନିଗମ,କମିଶନର ଓ ମେୟର ଙ୍କ ବିରୋଧରେ ଦୁର୍ନୀତି ର ଛିଟା ଲଗାଇ ଆନ୍ଦୋଳନ କୁ ଓହ୍ଲାଇବାକ କୁ ସଜବାଜ କର୍ପୋରେଟର ଗଣ, ବ୍ରହ୍ମପୁର ସହରର ଅକର୍ଷରଣ କେନ୍ଦ୍ରବିନ୍ଦୁ ପାଲଟିଥିବା ରାମଲିଙ୍ଗେଶ୍ୱର ପ୍ରକଳ୍ପ କୁ ନେଇ ମେୟର ଓ କର୍ପୋରେଟର ମଧ୍ୟରେ ସୃଷ୍ଟି ହୋଇଛି ଏଭଳି ଝଡ,ପୂର୍ବ ଚୁକ୍ତି ମୁତାବକ ରାମଲିଙ୍ଗେଶ୍ୱର ପ୍ରକଳ୍ପ ର ଆୟ କୁ ନେଇ ମହାନଗର ଓ ରାମଲିଙ୍ଗେଶ୍ୱର ଟ୍ରଷ୍ଟି ମଧ୍ୟରେ 60 ପ୍ରତିଶତ ଓ 40 ପ୍ରତିଶତ ବୁଝାମଣା ସରିଥିଲା, ଯାହାକୁ ଭିତ୍ତି କରି ମେୟର ଙ୍କ ସହମତି କ୍ରମେ ମହାନଗର ନିଗମ 62 ଲକ୍ଷ 96 ହଜାର 975 ଟଙ୍କା କୁ ପ୍ରଦାନ କରିଥିଲା, ହେଲେ ଏହାକୁ ସହଜରେ ହଜମ କରିପାରୁନାହାନ୍ତି କର୍ପୋରେଟର ଗଣ, ଉକ୍ତ ଟ୍ରଷ୍ଟି ପାଇଁ ମେୟର କମିଶନର କଣ ରହିଛି ପ୍ରିୟପ୍ରୀତି ଓ କାଉନ୍ସିଲ ର ଅନୁମୋଦନ ବିନା କିଭଳି ଟଙ୍କା ପ୍ରଦାନ କରାଗଲା,ତାକୁ ନେଇ ତଦନ୍ତ କରିବା ପ୍ରାୟ 20 ରୁ ଉର୍ଦ୍ଧ କର୍ପୋରେଟର ପ୍ରଥମେ ଜିଲ୍ଲାପାଳ ନିକଟରେ ଫେରାଦ ହେଲେ ପରବର୍ତ୍ତୀ ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ମେୟର ଙ୍କ ବିରୋଧରେ,,
ସେପଟେ କର୍ପୋରେଟର ଙ୍କ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ମେୟର ସଂଘମିତ୍ରା ଦଳେଇ, ରାମଲିଙ୍ଗେଶ୍ୱର ଟ୍ରଷ୍ଟ ଓ ମହାନଗର ନିଗମ ଭିତରେ ହୋଇଥିବା ନିଷ୍ପତି ମୁତାବକ ହୋଇଥିବା ପୂର୍ବ ଚୁକ୍ତି ପୂର୍ବ କାଉନ୍ସିଲ ର ଅନୁମୋଦନ କୁ ଭିତ୍ତି କରି ଉକ୍ତ ଟ୍ରଷ୍ଟ ର ଏକାଉଣ୍ଟ କୁ ପ୍ରଦାନ କରାଯାଇଥିବା କହିଛନ୍ତି ସଂଘମିତ୍ରା ଦଳେଇ, ତେବେ ଅଭିଜ୍ଞନ୍ତା ନଥିବା କର୍ପୋରେଟରଙ୍କ ଦାବି କୁ ସାମ୍ନା କରିବାକୁ ଖୋଲା ଆହ୍ୱାନ ଦେଇଛନ୍ତି ମେୟର ସଂଘମିତ୍ରା ଦଳାଇ,
Naxatra News is now on Whatsapp
Join and get latest news update delivered to you via whatsapp
Join Now