କଟକରେ ଡ଼ରାଇଲାଣି ଜଣ୍ଡିସ । କଟକ କଦମ-ଏ-ରସୁଲ ଗଳିରେ ଥିବା ବ୍ରାହ୍ମଣ ସାହିରେ ଦିନକୁ ଦିନ ନାଲି ଆଖି ଦେଖାଉଛି ଜଣ୍ଡିସ । ଯାହାକୁ ନେଇ ଭୟଭୀତ ଅଞ୍ଚଳବାସୀ । ବର୍ତ୍ତମାନ ସୁଦ୍ଧା 20ରୁ ଉର୍ଦ୍ଧ୍ବ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ବେଳେ ଦୂଷିତ ପାଣି ଯୋଗୁଁ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟବାସିନ୍ଦା । ଅପରପଟେ ଜଣ୍ଡିସରେ ଆକ୍ରାନ୍ତ ହୋଇ ମେଡ଼ିକାଲ ନଯାଇ ଝଡ଼ା ଫୁଙ୍କା ଭଳି ଅନ୍ଧବିଶ୍ୱାସରେ ବ୍ୟସ୍ତ ଜଣ୍ଡିସ ପରିବାର ବୋଲି କହିଛନ୍ତି କଟକ ମେୟର ସୁବାଷ ସିଂ ।
କଟକ ସହରରେ ବ୍ୟାପିଲାଣି ଜଣ୍ଡିସ । କଟକ ମହାନଗର ନିଗମର ୨୩ନଂ ୱାର୍ଡ କଦମ-ଏ-ରସୁଲ ବ୍ରାହ୍ମଣ ସାହିରେ 20 ରୁ ଉର୍ଦ୍ଧ୍ବ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । କିଛି ଦିନ ହେବ ଜଣ୍ଡିସର ଲକ୍ଷଣ ଦେଖା ଯିବା ପରେ ଜଣେ ଜଣେ କରି ବର୍ତ୍ତମାନ ସୁଦ୍ଧା 20 ରୁ ଉର୍ଦ୍ଧ୍ବ ଛୋଟରୁ ବଡ଼ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇ ସାରିଲେଣି । କିଏ ଡ଼ାକ୍ତରଙ୍କୁ ଦେଖାଇ ଚିକିତ୍ସା ହେଉଚି ତ ଆଉ କିଏ ଝଡ଼ା ଫୁଙ୍କା ଗୁଣି ଗାରେଡ଼ି ଉପରେ ନିର୍ଭର କରୁଚି । କିନ୍ତୁ ସ୍ଥାନୀୟ ବୁଦ୍ଧିଜୀବି କହିବା କଥା, ଗୁଣି ଗାରେଡ଼ି ଝଡା ଫୁଙ୍କା ଉପରେ ନିର୍ଭର ନକରି ଡ଼ାକ୍ତର ଦେଖାଇ ଏହାର ସଠିକ୍ ଚିକିତ୍ସା କରିବାର ଆବଶ୍ୟକତା ରହିଛି । ଦୂଷିତ ପାଣି ପିଇବା ଯୋଗୁଁ ଜଣ୍ଡିସ ବ୍ୟାପୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now