ଓଡିଶାକୁ ନାହିଁ ବାତ୍ୟା ଭୟ

ବଙ୍ଗୋପସାଗରରେ ବଢ଼ିଲା ବାତ୍ୟା ଭୟ । ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟା ଭିତରେ ଅବପାତ ଓ ୪୮ ଘଣ୍ଟା ମଧ୍ୟରେ ନେଇପାରେ ବାତ୍ୟାର ରୂପ । ମାଲାକ୍କା ପ୍ରଣାଳୀ ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ତତସଲଂଗ୍ନ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ପରେ ପଶ୍ଚିମ ଉତ୍ତର ପଶ୍ଚିମ ଆଡକୁ ଗତି କରି ୪୮ ଘଣ୍ଟା ଅର୍ଥାତ୍ ୨୬ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ହେଲେ ଏହାର ପ୍ରଭାବ ଓଡ଼ିଶାକୁ କମ୍ ରହିଥିବାରୁ ଆଗାମୀ ୭ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଶୀତର ପ୍ରଭାବ କମ୍ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଲଘୁଚାପ ପ୍ରଭାବରେ ବେଶି ବର୍ଷା ହେବ ନାହିଁ । ଯଦି ବର୍ଷା ହୁଏ ତେବେ ସାମାନ୍ୟ କ୍ଷତି ହୋଇପାରେ । ତଥାପି ସରକାର ପ୍ରସ୍ତୁତ ଅଛନ୍ତି  ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।ସେପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମର ପୂର୍ବ ପ୍ରସ୍ତୁତି ଦେଖି ମନ୍ଥାର ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ରହିଲା ନାହିଁ। ବର୍ତ୍ତମାନ ଉପକୂଳ ଠାରୁ ପ୍ରାୟ ୧୦୦୦ କି.ମି ଦୂରରେ ସମ୍ଭାବ୍ୟ ବାତ୍ୟା ରହିଛି। 25 ତାରିଖ ପରେ ତାର ସ୍ପଷ୍ଟତା ଆସିଲେ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଅନ୍ୟ ପ୍ରସ୍ତୁତି କରାଯିବ। ଓଡ଼ିଶା ଅପେକ୍ଷା ତାମିଲନାଡୁରେ ଏହାର ପ୍ରଭାବ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ବଙ୍ଗୋପସାଗରରେ ଦୁଇ ଦୁଇଟି ସିଷ୍ଟମ ରହିଛି। ଏହା ଏକାଠି ହେଲେ ଭୀଷଣ ବାତ୍ୟା ହୋଇପାରେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ । କିନ୍ତୁ ସବୁ ସ୍ଥିତି ପାଇଁ ଆମେ ପ୍ରସ୍ତୁତ ଅଛୁ।

ତେବେ ସମ୍ଭାବ୍ୟ ବାତ୍ୟା  କେଉଁ ଆଡ଼କୁ ଗତି କରିବ ତାହା ଆସନ୍ତା ୨୭ ପରେ ସ୍ପଷ୍ଟ ହେବ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *